ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ହିଂଜିଳିକାଟୁ, (ଶେଷଦେବ ସାହୁ): ରବିବାର ପୂର୍ବାହ୍ନରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଂଜିଳି ଗ୍ରସ୍ତରେ ଆସି ବିିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ହିଂଜିଳିକାଟୁ ପୌରାଂଚଳ ମଧ୍ୟରେ ନିର୍ମାଣଧିନ ଥିବା ଇନଡ଼ୋର ଷ୍ଟାଡ଼ିୟମ, ବସ ଟର୍ମିନାଲ, ୮୦ ଶର୍ଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ବୁଲି ଦେଖିବା ସହ ଶୀଘ୍ର କାର୍ଯ୍ୟ ସାରିବା ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଦାୟିତ୍ୱ ନିର୍ବାହ କରୁଥିବା ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହିଂଜିଳିକାଟୁ ସହର ମଧ୍ୟରେ ନିର୍ମାଣ ହେବାକୁ ଥିବା ମାର୍କେଟ କମ୍ପେ୍ଳକ୍ସ ସକାଶେ କାର୍ଯ୍ୟାରମ୍ଭ ହୋଇନଥିବାରୁ ଠିକାଦାର ଶତପଥୀଙ୍କୁ କାରଣ ପଚାରି ବୁଝିଥିଲେ । ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ସକାଶେ ଚିହ୍ନଟ ପରିବା ବଜାର ସ୍ଥାନାନ୍ତରିତ ହୋଇପାରିଡନଥିବା କାରଣରୁ ମାର୍କେଟ କମ୍ପେ୍ଳକ୍ସ କାର୍ଯ୍ୟ ଆରମ୍ଭ ହୋଇ ପାରିନଥିବା ନେଇ ଠିକାଦାର କହିଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବିଡ଼ିଓ ପ୍ରସନ କୁମାର ପାତ୍ର, ପୂର୍ତ ବିଭାଗୀୟ ଏସଡ଼ିଓ ଉପେନ୍ଦ୍ର ପାତ୍ର , ସହକାରୀ ଯନ୍ତ୍ରୀ ଉମା ଚରଣ ପାଢି, ଠିକାଦାର ସରୋଜ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ