୫ ଇଞ୍ଚ ବହଳର କୁଆପଥର ବର୍ଷା

ଗଜପତି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଗୁରୁବାର ଦିନ ୭ଘଣ୍ଟା ସମୟରେ ଘଡଘଡି ସହ କୁଆପଥର ବର୍ଷା ହେବା ସହ ଜବରଦସ୍ତ କୁଆପଥର ପଡିବାର ଦେଖିବାକୁ ମିଳିଥିଲା। କୁଆପଥର ମାଡର ପରିମାଣ ଏତେ ଥିଲା ଯେ ରାୟଗଡ ବ୍ଲକ ଆଡିସିଂ ଛକ ଠାରୁ ବଡ ଗାଁ ପର୍ଯ୍ୟନ୍ତ ରାସ୍ତା ଉପରେ ୫ ଇଞ୍ଚ ବହଳର କୁଆପଥର ଏକ ଆସ୍ତରଣ ସୃଷ୍ଟି ହୋଇଥିଲା। ତେବେ ସ୍ଥାନୀୟ ଲୋକ ଏଭଳି କୁଆପଥର ବର୍ଷା ଆଗରୁ କେବେ ଦେଖି ନ ଥିଲେ ବୋଲି କହିଲେ ସ୍ଥାନୀୟ ଲୋକେ ଓ ଭୂମିକା ସରପଞ୍ଚ ବେଣୁ ଗୋପାଳ । ଗୁରୁବାର ସନ୍ଧ୍ୟା ଠାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଏହି ରାସ୍ତାରେ କୈାଣସି ଯାନବାହାନ ଚଳାଚଳ ହୋଇନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ