ସ୍ୱାସ୍ଥ କର୍ମଚାରୀଙ୍କ ୩ ମାସ ହେଲା ଦରମା ନାହିଁ
ରାୟଗଡା ,(ଯୁଗାବ୍ଦ ନ୍ୟୁଜ) : ରାୟଗଡା ଜିଲ୍ଳା ହାସପିତାଲରେ କାର୍ଯ୍ୟରତ ଥିବା ସ୍ୱାସ୍ଥ ବିଭାଗ କର୍ମଚାରୀ ମାନଙ୍କୁ ଦୀର୍ଘ ତିନି ମାସ ହେଲା ଦରମା ମିଳିନଥିବା ଜଣାପଡିଛି । ଦରମା ନମିଳିବାରୁ ଡାକ୍ରର ମାନେ ନିଜର ପରିବାର କୁ ଚଳାଇବା ଦୟନୀୟ ପରିସ୍ତିତି ଉପୁଜିଛି । ଡିସେମ୍ବର ମାସରେ କର୍ମଚାରୀ ମାନଙ୍କୁ ଦରମା ମିଳିଥିଲେ ସୁଦ୍ଧା ମାର୍ଚ୍ଚ ଓ ଅପ୍ରିଲ ମାସର ଦରମା ମିଳିପାରିନାହିଁ ମେ ଶେଷ ତାରିଖ ହେଲେ ମଧ୍ୟ ମିଳିପାରିନାହିଁ । କି କର୍ମଚାରୀ ମାନେ କେବେ ଦରମା ମିଳିବ ସେ ବିସୟରେ ଜାଣିନାହାନ୍ତି । ଏହା ସହିତ ଠିକା ଦାଇତ୍ୱରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କ ପାଇଁ ଅଧିକ ବୋଝ ହୋଇପଡିଛି । ପଛ୍ରୁଆ ଜିଲ୍ଲା ଭାବେ ରାୟଗଡା ଜିଲ୍ଲା ରେ ଠିକା କର୍ମଚାରୀ ମାନଙ୍କୁ ମାସିକ ଦରମା ୮ ରୁ ୯ ହଜାର ଟଙ୍କା ମିଳୁଥିବା ବେଳେ ଦୀର୍ଘ ତିନି ମାସ ହେଲା ଦରମା ମିଳିନାହିଁ । ତେଣୁ କର୍ମଚାରୀ ମାନେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ।