ଜନତା କର୍ଫ୍ୟୁ ପାଇଁ ବନ୍ଦ ରହିବ ଟ୍ରେନ୍‌ ଚଳାଚଳ

ଭୁବନେଶ୍ବର : ରବିବାର ଜନତା କର୍ଫ୍ୟୁ କାରଣରୁ ବିଭିନ୍ନ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯିବ । ୨୨ ତାରିଖ ଭୋର ଚାରିଟାରୁ ୨୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଏହି ଟ୍ରେନ୍‌ ଚଳାଚଳ ଉପରେ ରୋକ୍‌ ଲଗାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କୋରୋନା ଭାଇରସ୍‌ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜନତା କର୍ଫ୍ୟୁର ଆହ୍ବାନ ଦେଇଥିଲେ । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ନିଜ ଘରେ ବନ୍ଦ ରହିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ