ଭାରତରେ ପରକୀୟା ପ୍ରୀତିରେ ମହିଳା ମାହିର

ଭାରତରେ ସେକ୍ସକୁ ଏବେ ବି ଏକ ଟ୍ୟାବୁ ଭଳି ଦେଖାଯାଏ। ବିଶେଷକରି ବାହାଘର ପରେ ଏଠାରେ ମହିଳାଙ୍କଠାରୁ ଆଶା ରଖାଯାଏ ଯେ ସେ ନିଜ ପତିଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହିତ ଶାରୀରିକ ଭାବେ କୌଣସି ସମ୍ପର୍କ ନ ରଖନ୍ତୁ। ବିବାହିତ ମହିଳାଙ୍କ ଆଫେୟାରକୁ ଏଠାରେ ଭଲ ଦୃଷ୍ଟିରେ ଦେଖାଯାଏ ନାହିଁ। କିନ୍ତୁ ଏକ୍ସଟ୍ରା ମାରିଟାଲ ଡେଟିଂ ଆପ୍‌ ରିପୋର୍ଟକୁ ନଜର ଦେଲେ ଜଣାପଡ଼ୁଛି ଯେ ଭାରତୀୟମାନେ ଏବେ ବୋଲ୍ଡ ହେବାରେ ଲାଗିଛନ୍ତି।

ଏକ୍ସଟ୍ରା ମାରିଟାଲ ଡେଟିଂ ଆପ୍‌ ଗ୍ଲିଡେନ୍‌ ଏକ ରିସର୍ଚ୍ଚ କରିଥିଲା। ଯେଉଁଥିରେ ୫୩ ପ୍ରତିଶତ ଭାରତୀୟ ମହିଳାମାନେ ସ୍ବୀକାର କରିଛନ୍ତି ଯେ ସେମାନେ ନିଜ ପତିଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହିତ ଇଣ୍ଟିମେଟ୍‌ ରିଲେସନଶିପ୍‌ରେ ଅଛନ୍ତି। ସେହିପରି ଏହି ମାମଲାରେ ପୁରୁଷଙ୍କ ସଂଖ୍ୟା ୪୩ ପ୍ରତିଶତ ରହିଛି। ଗ୍ଲିଡେନ୍‌ର ମାର୍କେଟିଂ ଡାଇରେକ୍ଟର ସୋଲେନ ପ୍ୟାଲେଟ୍‌ଙ୍କ ମୁତାବକ ରୋମାନ୍ସ ଓ ଧୋକା ଦେବା ମାମଲାରେ ଭାରତୀୟ ମହିଳା ବେଶ୍‌ ଖୋଲା ବିଚାରର ହେବାରେ ଲାଗିଛନ୍ତି। ଗ୍ଲିଡେନ୍‌ ଲୋକଙ୍କୁ ଏଭଳି ମାହୋଲ ଦେଇଥାଏ, ଯେଉଁଥିରେ ସେ ନିଜ ପାର୍ଟନରଙ୍କ ସମ୍ପର୍କକୁ ପ୍ରଭାବିତ ନ କରି ନିଜ ଭଳି ଚିନ୍ତାଧାରା ରଖିଥିବା ଅନ୍ୟ ବ୍ୟକ୍ତିଙ୍କ ସହିତ ଏକ ନୂଆ ଲଭ୍‌ ଷ୍ଟୋରୀ ଆରମ୍ଭ କରିପାରିବେ।
ଗ୍ଲିଡେନ୍‌ର ଏହି ସର୍ଭେ ଅନ୍‌ଲାଇନ୍‌ରେ କରାଯାଇଥିଲା। ଯେଉଁଥିରେ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଳୁରୁ, ପୁନେ, ଅହମ୍ମଦାବାଦ ଓ ହାଇଦ୍ରାବାଦ ଭଳି ବଡ଼ ସହରର ୧୫୦୦ ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ସର୍ଭେରୁ ଜଣାପଡ଼ିଛି ଯେ ପୁରୁଷଙ୍କ ତୁଳନାରେ ଉକ୍ତ ମହିଳାଙ୍କ ସଂଖ୍ୟା ଅଧିକ ଥିଲା ଯେଉଁମାନେ ନିୟମିତ ଭାବେ ନିଜ ପତିଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି। ସର୍ଭେ ମୁତାବକ ପତିଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ମହିଳାଙ୍କ ସଂଖ୍ୟା ୪୦ ପ୍ରତିଶତ ଅଟେ। ସେହିପରି ୨୬ ପ୍ରତିଶତ ପୁରୁଷ ନିଜ ପତିଙ୍କ ବ୍ୟତୀତ ଅନ୍ୟ ମହିଳାଙ୍କ ସହିତ ନିୟମିତ ଭାବେ ସେକ୍ସ କରୁଛନ୍ତି। ଏହି ସର୍ଭେ ଅନୁସାରେ ୪୮ ପ୍ରତିଶତ ଭାରତୀୟ ମାନନ୍ତି ଯେ ଗୋଟିଏ ସମୟରେ ଦୁଇ ଜଣଙ୍କ ସହିତ ପ୍ରେମରେ ପଡ଼ିବା ସମ୍ଭବ। ସେହିପରି ୪୬ ପ୍ରତିଶତ ଲୋକ ସ୍ବୀକାର କରିଛନ୍ତି ଯେ ଧୋକା ଦେବା ପରେ ମଧ୍ୟ ସେମାନଙ୍କ ପାର୍ଟନରଙ୍କ ପ୍ରତି ପ୍ରେମ କମ୍‌ ହୋଇ ନ ଥାଏ। ଏହି କାରଣରୁ ଆଫେୟାର ସମ୍ପର୍କରେ ଜଣାପଡ଼ିବା ପରେ ମଧ୍ୟ ଅଧିକାଂଶ ଭାରତୀୟ ନିଜ ପାର୍ଟନରଙ୍କୁ କ୍ଷମା ଦେବାରେ ବିଶ୍ବାସ କରନ୍ତି।
୩୭ ପ୍ରତିଶତ ଲୋକଙ୍କ କହିବା କଥା ଥିଲା ଧୋକା ଜଣାପଡ଼ିବା ପରେ ମଧ୍ୟ କିଛି ଚିନ୍ତା ନ କରି ସେ ତାଙ୍କ ପାର୍ଟନରଙ୍କୁ କ୍ଷମା କରି ଦିଅନ୍ତି। ସେହିପରି ୪୦ ପ୍ରତିଶତ ଲୋକଙ୍କ କହିବା କଥା ଥିଲା, ଧୋକା ମିଳିବା ପରେ କ୍ଷମା କରିବା ସେହି ସମୟର ପରିସ୍ଥିତି ଉପରେ ନିର୍ଭର କରିଥାଏ। ସୂଚନାଯୋଗ୍ୟ ଯେ ଏକ୍ସଟ୍ରା ମାରିଟାଲ ଡେଟିଂ ଆପ୍‌ ଦ୍ବାରା କରାଯାଇଥିବା ସର୍ଭେ ଆଧାରରେ ଏହି ଫଳାଫଳ ବାହାରିଛି। ଏହାର ଅର୍ଥ ନୁହେଁ ଯେ ସମସ୍ତ ଭାରତୀୟଙ୍କ ବିଚାରଧାରା ସମାନ ଅଟେ। ସର୍ଭେରେ ଭାଗ ନେଇଥିବା ଏହି ୧୫୦୦ ଲୋକଙ୍କ ରାୟ ଅନ୍ୟ ଭାରତୀୟଙ୍କଠାରୁ ଅଲଗା ମଧ୍ୟ ହୋଇପାରେ। ଏମାନଙ୍କ ବିଚାରଧାରା ଅନ୍ୟ ଲୋକଙ୍କୁ ଭୁଲ୍‌ ବି ଲାଗିପାରେ ବୋଲି ସର୍ଭେରେ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ