ରବିବାର ଗଡ଼ିବନି ବସ୍
ଭୁବନେଶ୍ୱର: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାରି ଭିତରେ ଆସନ୍ତାକାଲି ରାଜ୍ୟ ତମାମ ଘରୋଇ ବସ ଚଳାଚଳ ବନ୍ଦ ରହିବ । ଜନତା କର୍ଫ୍ୟୁକୁ ସମର୍ଥନରେ ଏହି ବସ ଚଳାଚଳ ବନ୍ଦ ରହିବ ରହିବ ବୋଲି ଘରୋଇ ବସ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ପ୍ରାୟ ୧୩ରୁ ୧୪ ହଜାର ଘରୋଇ ବସ ଚଳାଚଳ ବନ୍ଦ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁର ମୁକାବିଲା ପାଇଁ ୨୨ ତାରିଖ ରବିବାର ଦିନ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଦେଶବାଦୀଙ୍କୁ ନିବେଦନ କରିଛନ୍ତି। ଏହି ଦିନ ଜରୁରୀ କାର୍ୟ୍ୟରେ ନିୟୋଜିତ ଥିବା ଲୋକମାନଙ୍କୁ ବାଦ୍ ଦେଇ ଅନ୍ୟମାନେ ସକାଳ ୭ଟାରୁ ରାତି ୯ଟା ଯାଏ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।