ଜନତା କର୍ଫ୍ୟୁକୁ ଜନ ସମର୍ଥନ

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକଡାଉନ ଡାକରାର ପ୍ରଭାବ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଲୋକମାନେ ସ୍ବତଃପ୍ରୁତ ଭାବେ ଏହି ଜନ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜନଗହଳି ପୂର୍ଣ୍ଣ ଭୁବନେଶ୍ବରରେ ଆଜି ସକାଳୁ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ରାସ୍ତାଘଟ ପୁରା ଜନଶୂନ୍ୟ ହୋଇପଡିଛି। ଟ୍ରାଫିକ ଛକରେ ପୋଲିସ ପଇଁତରା ମାରୁଥିଲେ ମଧ୍ୟ ଗାଡିମୋଟରର ଦେଖାନାହିଁ। ସେହିପରି କଟକ, ସମ୍ବଲପୁର, ଝାରସୁଗୁଡାରେ ମଧ୍ୟ ଲୋକମାନେ ସ୍ବତଃପ୍ରୁତ ଭାବେ ଏହି ଜନ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦୋକାନ ବଜାର ବନ୍ଦ ରହିଛି। ହେଲେ ନିୟମ ଅନୁସାରେ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିଛି। ଯେଉଁମାନଙ୍କର କିଛି ଜରୁରୀ ରହିଛି ସେମାନେ କେବଳ ବାହାରକୁ ବାହାରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଜନତା କର୍ଫ୍ୟୁକୁ ମିଳିଛି ଜନତା ସମର୍ଥନ।
ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ପ୍ରଭ଼ତି ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୋକଙ୍କ ଚଳାଚଳ ନାହିଁ। ଏହି ଜନତା କର୍ଫ୍ୟୁକୁ ସମର୍ଥନ କରି ରେଳ ବିଭାଗ ରେଳଚଳାଚଳରେ କଟକଣା କରିଦେଇଛି। ଫଳରେ ଷ୍ଟେସନରେ ଯାତ୍ରୀ ଭିଡ ଦେଖିବାକୁ ମିଳି ନାହିଁ। ବର୍ତ୍ତମାନ ଦିନ ୧୦ଟା ସୁଦ୍ଧା ଲୋକଙ୍କ ଏହି ଜନତା କର୍ଫ୍ୟୁ ଏବଂ ଲକଡାଉନକୁ ଲୋକେ ସମର୍ଥନ ଦେଇ ଆସିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ