ଆମ୍ବଗଡିଆ-ଅକରୁଆ ଆକ୍ରମଣ ଘଟଣାରେ ଦୁଇ ଗିରଫ
ହାଟଡ଼ିହି : ଗତ ୪ଦିନ ତଳେ ଅକରୁଆ ପଞ୍ଚାୟତ ଆମ୍ବଗଡିଆ ଗ୍ରାମରେ ଘଟିଥିବା ଆକ୍ରମଣ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗତ ୪ଦିନ ତଳେ ରାସ୍ତାରେ ରଖାଯାଇଥିବା ଏକ ସାଇକେଲକୁ ନେଇ କାରରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ସହ ଝଗଡା ଓ ପରେ ଏହାକୁନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏଥିରେ ଜଣେ ଗୁରୁତର ଆହତ ହେଇ କଟକରେ ଚିକିତ୍ସାଧିନ ଅଛି । ଏନେଇ ଆନନ୍ଦପୁର ଥାନାରେ ଉଭୟପକ୍ଷରୁ ଅଭିଯୋଗ ହେବାପରେ ପୁଲିସ ଦୁଇ ଦୁଇଟି ମାମଲା ରୁଜୁ କରାଯାଇଥିଲା । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଗତ ଶୁକ୍ରବାର ଦିନ ଛେନାପଦି ଛକରୁ ଜଣେ ଯୁବକକୁ ଅନ୍ୟଗୋଷ୍ଠୀର ଯୁବକମାନେ ଅପହରଣ କରିନେବା ପରେ ପରିସ୍ଥିତି ଆହୁରି ବିଗିଡି ଯାଉଥିବା ଦେଖି ପୁଲିସ ଗତକାଲି ଦୁଇଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି ।


