ତାଳି, ଘଣ୍ଟିରେ କମ୍ପିଲା ଲୋକସେବା ଭବନ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆଜି ଦେଶ ସାରା ସ୍ବାସ୍ଥ୍ୟ କର୍ମୀଙ୍କୁ ତାଳିମାରି, ଘଣ୍ଟାଘଣ୍ଟି ବଜାଇ ସ୍ବାଗତ କରାଯାଇଛି। ସେହିପରି ଓଡିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟରେ ଲୋକମାନେ ତାଳି ମାରି ହୁଳହୁଳି ଦେଇ ସେମାନଙ୍କ କାମକୁ ଉତ୍ସାହିତ କରିଛନ୍ତି। ତେବେ ଭୁବନେଶ୍ବରର ଲୋକସେବା ଭବନରେ ପରିବେଶ ଥିଲା ସମ୍ପୂର୍ଣ୍ଣ ନିଆରା। ମୋଦୀଙ୍କ ଆହ୍ବାନରେ ରବିବାର ଠିକ୍‌ ପାଞ୍ଚଟା ବେଳେ ଲୋକସେବା ଭବନରେ ଏକଠି ହୋଇଥିଲେ ଓଡିଶା ସରକାରଙ୍କ ପାୱାରଫୁଲ ଅଫିସରଗଣ। ସେମାନଙ୍କ ମଧ୍ୟରେ ଥିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ, ମୁଖ୍ୟଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ୫ଟି ସଚିବ ଭି କେ ପାଣ୍ଡିୟାନ। ଏଥିସହିତ ସ୍ବାସ୍ଥ୍ୟ ବିଭାଗର ସଚିବ ନିକୁଞ୍ଜ ଧଳ ଏବଂ ଶାଳୀନି ପଣ୍ଡିତ ମଧ୍ୟ ଥିଲେ। ଠିକ ପାଞ୍ଚଟା ବାଜିବା ବେଳେ ସମସ୍ତେ ତାଳି ମାରି ସ୍ବାସ୍ଥ୍ୟ ସେବାକାରୀଙ୍କ ଉତ୍ସାହିତ କରିଥିଲେ। ଏପରିକି ପାଣ୍ଡିୟାନଙ୍କ ସହିତ କେତେକ ଅଧିକାରୀ ହାତରେ ସ୍ବାସ୍ଥ୍ୟ କର୍ମୀଙ୍କୁ ଉତ୍ସାହିତ ପାଇଁ ଲେଖାଥିବା ପ୍ଲାକାର୍ଡ ଧରି ଛିଡା ହୋଇଥିଲେ। ପାଣ୍ଡିୟାନ, ବାଗଚୀ, ଶାଳୀନି ଧରିଥିବା ପ୍ଲାକାର୍ଡ ଇଂରାଜୀ ଲେଖିଥିବା ବେଳେ , ଡିସି ଏବଂ ସ୍ବାସ୍ଥ୍ୟ ସଚିବଙ୍କ ପ୍ଲାକାର୍ଡ ଓଡିଆରେ ଲେଖାଥିଲା। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ଯେ ଏମାନେ ସମସ୍ତେ ଦୁଇ ମିଟର ଦୂରତାରେ ଛିଡା ହୋଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ଦୂରତା ରଖି କଥାବାର୍ତ୍ତା କରନ୍ତୁ ବୋଲି ଜନସାଧାରଣଙ୍କୁ କହି ଆସୁଛନ୍ତି। ସେହି ନିୟମ ସେମାନେ ମଧ୍ୟ ପାଳନ କରିଥିବାର ପରିଲକ୍ଷିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ