ଲକ୍‌ଡ଼ାଉନର ୨ୟ ଦିବସ : ବଜାର ଶୂନଶାନ୍‌: ଯାନବାହାନ ଚଳାଚଳ ବନ୍ଦ

ହିଞ୍ଜିଳିକାଟୁ (ଶେଷଦେବ ସାହୁ): ଦେଶରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବର୍ତମାନ ସୁଦ୍ଧା ଓଡ଼ିଶାରେ ୨ଜଣ କରୋନା ସଂକ୍ରମଣରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ଅଂଚଳ ପରିଦର୍ଶନ କରିବା ସହ ଜନ ସଚେତନତା ସକାଶେ ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ରାଜ୍ୟ ସରକାର ଚଳିତ ମାସ ୨୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରରେ ପ୍ରାୟ ସମ୍ପୁର୍ଣ୍ଣ ଲକ୍‌ଡ଼ାଉନ କରିବାକୁ ଘୋଷଣା କରିଛନ୍ତି । ଲକ୍‌ଡ଼ାଉନର ୨ୟ ଦିବସ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ପୋଲିସ, ପୌର ଓ ତହସିଲ ପ୍ରଶାସନର ମିଳିତ ସହଯୋଗରେ ପୌରାଂଚଳ ପରିଦର୍ଶନ କରିବା ସହ ଖୋଲାଯାଇଥିବା ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୫୯ ନଂ ଜାତୀୟ ରାଜପଥ ସ୍ଥାନୀୟ ଲକ୍ଷ୍ମୀ ବଜାର ସ୍ଥିତ ବିଜୁ ପଟ୍ଟନାୟକ ଛକରେ ରହି ଯାନବାହାନ ଚଳାଚଳକୁ ବନ୍ଦ କରିଥିଲେ । ଡ଼ାକ୍ତରଖାନାକୁ ଯାତାୟତ କରୁଥିବା ବ୍ୟକ୍ତିଙ୍କୁ ବାଦ୍ ଦେଇ ସମସ୍ତ ଯାନବାହାନ ଚଳାଚଳ ବନ୍ଦ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ । ୨ୟ ପର୍ଯ୍ୟାୟରେ ଶ୍ୟାମଳାଇ ଛକ ନିକଟରେ ପୋଲିସ ପ୍ରଶାସନ ପକ୍ଷରୁ ଯାନବାହାନ ଚଳାଚଳ ବନ୍ଦ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ । ପୁଲିସ, ତହସିଲ ଓ ବ୍ଳକ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ରରେ ସହରର ଜନସାଧାରଣ ଘରୁ ବାହାରକୁ ନବାହାରିବାକୁ ଅନୁରୋଧ କରିଥିଲେ । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକୁ ସନ୍ଧ୍ୟା ୫ଟାରେ ବନ୍ଦ କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ତହସିଲଦାର ଗୋପିନାଥ କୁଅଁର, ପୌର ପରିଷଦ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍‌କସମେତ ପୌର ପରିଷଦ ଓ ଥାନାର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ