କରୋନା ସନ୍ଦେହରେ ଦୁଇ ଯୁବକଙ୍କ ଆତ୍ମହତ୍ୟା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଦୁଇ ଯୁବକ କରୋନା ଡରରେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ମିଳିଥିବା ରିପୋର୍ଟ ଅନୁସାରେ ହାପୁର ଜିଲ୍ଲାର ପିଲୁଖାରର ସୁଶୀଲ୍‌ ନାମକ ଜଣେ ଯୁବକ ବ୍ଲେଡ୍‌ରେ ନିଜର ଗଳା କାଟି ଆତ୍ମହତ୍ୟା କରିଛନ୍ତି। ତେବେ ମିଳିଥିବା ସୁଇସାଇଟ୍‌ ନୋଟ୍‌ରେ ସେ ତାଙ୍କ ପରିବାରକୁ କ୍ଷମା ମାଗିବା ସହିତ ପରିବାର ସଦସ୍ୟଙ୍କର କରୋନା ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି। କିଛି ଦିନ ହେବ ସୁଶୀଲଙ୍କୁ ଜ୍ବର ହେବା ସହ ତାଙ୍କ ଗଳା ଦରଜ ରହିଥିଲା।ଏହାକୁ ସେ କରୋନାର ଲକ୍ଷଣ ଭାବି ନିଜ ଗଳା କାଟି ଆତ୍ମହତ୍ୟା କରିଛନ୍ତି।
ସେହିପରି ବରେଲୀର ଆଉ ଜଣେ ଯୁବକ ଜଣକ ଟ୍ରେନ୍‌ ସାମ୍ନାକୁ ଡେଇଁ ନିଜ ଜୀବନ ଦେଇଛନ୍ତି। ରେଳ ଷ୍ଟେସନ ନିକଟରେ ବସିଥିବା ଏହି ଯୁବକ ଜଣକ ନିଜକୁ ଜଣେ କରୋନା ଆକ୍ରାନ୍ତ ବୋଲି କହୁଥିବାର କହିଛନ୍ତି ରେଳ କର୍ମଚାରୀ। ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବାବେଳେ ରିପୋର୍ଟ ଆସିବାକୁ ବାକି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ