ଖାଲି ଗୋଡ଼ରେ ଘରକୁ ଗଲେ ହ୍ରାସପାଏ ଓଜନ
ଓଜନ କମାଇବା ପାଇଁ ସବୁବେଳେ ଡାଏଟ ଏବଂ ବ୍ୟାୟାମ ସମ୍ପର୍କରେ ପରାମର୍ଶ ଦିଆଯାଇଥାଏ । ମାତ୍ର ସମୟ ବଦଳିବା ସଙ୍ଗେ ସଙ୍ଗେ ସବୁ ଜିନିଷର ତରିକା ବି ବଦଳୁଛି । ଆପଣ ସେହି ପୁରୁଣା ଡାଇଟ ଏବଂ ବ୍ୟାୟାମ ସୂତ୍ରକୁ ବାଦ୍ ଦେଲା ପରେ ବି ଅନ୍ୟ କୌଶଳ ଜରିଆରେ ପତଳା ହୋଇପାରିବେ ।
ଗବେଷକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଘରକୁ ଯିବା ପୂର୍ବରୁ ଜୋତା ଖୋଲିବା ଦ୍ୱାରା ଆମେ ଓଜନ ହ୍ରାସ କରିପାରିବା । ଗବେଷକଙ୍କ କହିବା କଥା ହେଲା ଜୋତା ଦ୍ୱାରା ଘରକୁ ପରିବେଶର ରସାୟନ ଘରକୁ ଆସିଥାନ୍ତି । ଯାହାକି ଶରୀରରେ ଚର୍ବି ବଢ଼ାଇବା ପାଇଁ ଦାୟୀ ହୋଇଥାନ୍ତି ।
ଗବେଷକମାନେ ଆହୁରି ବି କହିଛନ୍ତି ଯେ ଘରେ କାର୍ପେଟ ବ୍ୟବହାର କରିବା ବି କିଛି ମାତ୍ରାରେ ମୋଟାପଣର କାରଣ ହୋଇଥାଏ । କାର୍ପେଟରେ ମଧ୍ୟ ପରିବେଶର ରସାୟନ ଜମା ବାନ୍ଧି ରହିଥାଏ । ଯାହାକି ବ୍ୟକ୍ତିର ମୋଟାପଣର କାରଣ ବନିଯାଏ । ପରିବେଶ ରସାୟନ ଜମିବାର ଅନ୍ୟ ମୁଖ୍ୟ ଉତ୍ସଗୁଡିକ ହେଉଛି ଧୂଳି, ରୋଷେଇ ଘର ପୋଷାକ, କସ୍ମେଟିକ ସାର ଇତ୍ୟାଦି ।