ଇଟିକିଲି ମିଟିକିଲିର ମଞ୍ଚ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ଚତୁର୍ବିଂଶତମ ଇଟିକିଲି ମିଟିକିଲିି ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ, ଆଗାମୀ ଜୁନ ମାସ ୦୧ ଓ ୦୨ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ରୟାଲ କଲେଜ ଅଫ ସାଇନ୍ସ ଆଣ୍ଡ ଟେକ୍‍ନୋଲୋଜି ଅଡିଟରିୟମ୍‍ଠାରେ ଅନୁଷ୍ଠିତ ହେବ । ଉଭୟ ଦିନ ସକାଳ ନଅଟାରୁ ରାତି ଦଶଟା ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଆ କବିତା ଆବୃତ୍ତି, ଓଡ଼ିଆ ସମ୍ବାଦପାଠ, କଣ୍ଠ ସଙ୍ଗୀତ, ଓଡ଼ିଶୀ ନୃତ୍ୟ ଓ ପାରମ୍ପରିକ ସଙ୍ଗୀତ ଭିତ୍ତିକ ନୃତ୍ୟ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ସମଗ୍ର ରାଜ୍ୟରୁ ପାଞ୍ଚ ଶହରୁ ଅଧିକ ସାନସାନ ପିଲା ଏସବୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ତେବେ ଏହି କାର୍ଯ୍ୟକ୍ରମ ଗତ ଭୟଙ୍କର ବାତ୍ୟା ପାଇଁ ପୂର୍ବରୁ ନିର୍ଦ୍ଧରିତ ସମୟରେ ହୋଇପାରି ନଥିଲା । ସେହିପରି ଉତ୍ସବର ଶେଷ ପର୍ଯ୍ୟାୟ ପୁରସ୍କାର ଓ ସମ୍ମାନ ପ୍ରଦାନ ଉତ୍ସବ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଆଗାମୀ ଜୁଲାଇ ୨୧ ତାରିଖ ଦିନ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଚିବ ଶରତ କୁମାର ନାୟକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ