କଟକଣା ସତ୍ତେ ଯାତାୟତ କରୁଛି ବାଲି ବୋଝେଇ ଗାଡି

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) :ସରକାରୀ କଟକଣାକୁ ବେଖାତିର କରି ବନ୍ତ ବ୍ଲକର ବିଭିନ୍ନ ରାସ୍ତାରେ ବେଆଇନ ବାଲି ଓ ଇଟା ବୋଝେଇ ଟ୍ରକ, ଟ୍ରାକ୍ଟର ଯାତାୟତ କରୁଥିବା ଦେଖାଯାଇଛି । ଆସନ୍ତା ୨୯ ରାତି ୯ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ସ୍ୱାସ୍ଥ୍ୟ ସେବା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯାନବାହାନ ଚଳାଚଳ କରିବାକୁ ନିୟମ ଥିବା ବେଳେ ଅନ୍ୟ ସମସ୍ତ ଗାଡି ଚଳାଚଳ ଉପରେ କଟକଣା ଜାରି ହୋଇଛି । ଏପରିପେକ୍ଷୀରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ, ବନ୍ତ-ବାରିକପୁର, ବନ୍ତ-ଆଗରପଡା, ନିଳୋକ-ଓଳମ, ନିଳୋକ-ଛତାବର ସମେତ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତାରେ ଖୁଲମଖୁଲା ବାଲି ଓ ଇଟା ବୋଝେଇ ଟ୍ରକ ଏବଂ ଟ୍ରାକ୍ଟର ଯାତାୟତ କରୁଥିବାର ଦେଖାଯାଇଛି । ସମସ୍ତ ନୀତିନିୟମକୁ ଭୁଲି ଗାଡି ମାଲିକ ମାନେ ନିର୍ଭୟରେ ଗାଡି ଚଳାଉଥିବା ଦେଖାଯାଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ