ମାଣିତରା ଡାକ୍ତରଖାନା ସମେତ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନୋଡାଲ ଅଫିସରଙ୍କ ପରିଦର୍ଶନ
ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ର କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପରିଦର୍ଶନରେ ଯାଇ କରୋନା ସଂକ୍ରମଣ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଶଯ୍ୟା ,ଚିକିତ୍ସା ଗୃହ ,ଓ ବିଭିନ୍ନ ନଥିପତ୍ର ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଡାକ୍ତର ଦୟାନିଧି ରାଉତ, ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ,ଫାର୍ମାସିଷ୍ଟ ରାମ ଚନ୍ଦ୍ର ମିଶ୍ର, ଟେକିନିସିଆ କାଳୀ ପ୍ରସାଦ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ପ୍ରମୁଖଙ୍କ ସହ କରୋନା ମୁକାବିଲା ପାଇଁ ଆଲୋଚନା କରିଥିଲେ। ଏହା ବ୍ୟତୀତ ବିଡ଼ିଓ ଶ୍ରୀ ପାତ୍ର ଗୋଳାବନ୍ଧ, ଶଙ୍କୁରୁ, ମାଣିତରା,କରସିଙ୍ଗି, କରଚୁଲି, ତାକରଡ଼ା, ବି କରଡ଼ାବାଡ଼ି,ଓ ବିରଞ୍ଚିପୁର ପଞ୍ଚାୟତରେ କରୋନା ସଂକ୍ରମଣଙ୍କ ପାଇଁ ଉଦ୍ଦିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ।