ବିଲରୁ ମଧ୍ୟରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର
ଛତ୍ରପୁର : କରୋନା ସଂକ୍ରମଣ ଭୟାବତା ଲାଗି ରହିଥିବା ବେଳେ ଏକ ନବଜାତ କନ୍ୟା ଶିଶୁର ମୃତ ଶରୀର ରାସ୍ତାକଡ ବିଲମାଳରେ ପଡିଥିବା ଦେଖାଦେଇଛି । ଛତ୍ରପୁର ବ୍ଳକ ଅନ୍ତର୍ଗତ ରଘୁନାଥପୁର ଗାଁ ନିକଟ ନିକଟ ଜାତୀୟ ରାଜପଥ କଡ଼ ରେ ଏକ ବିଲ ମାଳ ରେ ଏକ ଶିଶୁ କନ୍ୟାର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଗାଁ ଲୋକଙ୍କ କହିବା ମୁତାବକ ଶିଶୁ କନ୍ୟାଟିକୁ ଜନ୍ମହେବା ପରେ ମୃତ କିମ୍ବା ଜୀବିତ ଅବସ୍ଥାରେ ତାକୁ ଫୋପାଡି ଦିଆଯାଇଛି । ଫଳରେ ଉକ୍ତ ଶିଶୁକୁ କୌଣସି ବନ୍ୟଜନ୍ତୁ ଆକ୍ରମଣ କରିଥିବାରୁ ଶିଶୁର ଶରୀର ସମସ୍ତ ଅଂଶ କ୍ଷତବିକ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା.


