ଦିଲ୍ଲୀରେ ଦୋକାନୀମାନଙ୍କ ପାଇଁ ଜାରି ହେବ ଇ-ପାସ୍‌

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ହେବା ପରେ ଦିଲ୍ଲୀରେ କିଛି ଜାଗାରେ ଲୋକମାନେ ବହୁ ବ୍ୟସ୍ତବିବ୍ରତ ହୋଇଥିବାର ଦେଖିବାକୁ ମିଳିଥିଲା । ଲୋକମାନଙ୍କର ଏପରି ପରିସ୍ଥିତିକୁ ଦୂର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଦିଲ୍ଲୀର ପୋଲିସ୍‌ କମିଶନରଙ୍କ ନମ୍ବର ଜାରି କରିଛନ୍ତି । ଜାରି କରିଥିବା ନମ୍ବରଟି ହେଉଛି ୦୧୧-୨୩୪୬୯୫୩୬ । ଏହି ନମ୍ବର ଜରିଆରେ ପୋଲିସ୍‌ ତରଫରୁ ଯଦି କିଛି ଅସୁବିଧା ହେବ, ତେବେ ଦିଲ୍ଲୀବାସୀ ସିଧାସଳଖ ନିଜର ଅସୁବିଧା ବିଷୟରେ ଏହି ନମ୍ବରରେ ସୂଚନା ଦେଇପାରିବେ । ଏତଦ୍‌ବ୍ୟତୀତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଇ-ପାସ୍‌ ଜାରି କରିବା ନେଇ ଘୋଷଣା କରିଛନ୍ତି । ଆବଶ୍ୟକୀୟ ସେବା ପ୍ରଦାନକାରୀଙ୍କୁ ଇସ୍‌ ପାସ୍‌ ଜାରି କରାଯିବ । ଏହା ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ହୋଇପାରିବ । ଲକ୍‌ ଡାଉନ୍‌ ସମୟରେ ବ୍ୟତିବ୍ୟସ୍ତ ନ ହୋଇ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଅରବିନ୍ଦ କେଜରୀଓ୍ବାଲ। କାଲି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଆଜି ଲୋକମାନେ ଦୋକାନରେ ସାମଗ୍ରୀ ପାଇଁ ଲାଇନ୍‌ ଲଗାଇଥିବାର ଦେଖାଯାଇଥିଲା । ଏହା ଦେଖି କେଜରୀଓ୍ବାଲ ଲୋକଙ୍କୁ ବ୍ୟସ୍ତ ନ ହୋଇ ଜିନିଷପତ୍ର କିଣିବା ପାଇଁ ଗହଳି ନକରିବାକୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକୀୟ ସେବାରେ ବାଧା ସୃଷ୍ଟି ହେବ ନାହିଁ ବୋଲି ଲୋକଙ୍କୁ କହିଛନ୍ତି । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଥିବାବେଳେ ୫ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ସେହିପରି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮୨ରେ ପହଞ୍ଚିଥିବାବେଳେ ଏଥିରେ ବିଦେଶୀ ୪୧ ଜଣ ରହିଛନ୍ତି । ସେହିପରି ୪୬ ଜଣ ସୁସ୍ଥ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ