ଅସ୍ଥାୟୀ ରୂପେ ସେବା ବନ୍ଦ ରଖିଲା ଫ୍ଲିପ୍କାର୍ଟ
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦେଖି ସମ୍ପୂର୍ଣ୍ଣ ଦେଶରେ ଏବେ ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ଆସନ୍ତା ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ଅଫିସ୍, ବଜାର, ସାର୍ବଜନିକ ପରିବହନ ସମସ୍ତ ବନ୍ଦ ରହିଛି। ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଯେପରିକି ଫଳ, ପନିପରିବା, ଗ୍ରୋସରୀ, କ୍ଷୀର, ମେଡିସିନ୍ ଆଦି ଖୋଲା ରହିବ। ପ୍ରଧାନମନ୍ତ୍ରୀ ମୋଦି ଏହି ୨୧ଦିନ ଘରୁ ବାହାରକୁ ନ ଯିବାକୁ ଅନୁରୋଧ କରିଛନ୍ତି। କରୋନା ପାଇଁ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ର ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଇ-କମର୍ସ କମ୍ପାନୀ ପ୍ଲିପ୍କାର୍ଟ ନିଜର ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଛି। ସେହିପରି ମଙ୍ଗଳବାର ଦିନ ଆମାଜନ୍ ଇଣ୍ଡିଆ ମଧ୍ୟ କେବଳ ଅତ୍ୟାବଶ୍ୟକ ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି କହିଛି । ସେହିପରି ପ୍ଲିଫ୍କାର୍ଟ ନିଜ ଓ୍ବେବସାଇଟ୍ରେ ଏକ ବାର୍ତ୍ତାରେ ନିଜର ସମସ୍ତ ସେବାକୁ ଅସ୍ଥାୟୀ ରୂପେ ବନ୍ଦ ରଖିବାକୁ କହିଛି ।


