ବ୍ୟାଙ୍କ ଅଫ୍‌ ବରୋଦା ଓ ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଜମା ହେବ ଜଗା ଟଙ୍କା

ଭୁବନେଶ୍ବର : ୟେସ୍‌ ବ୍ୟାଙ୍କରୁ ଜଗା ଟଙ୍କା ଫେରିବା ପରେ ଏହା କେଉଁଠି ରହିବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । ଜାତୀୟ କରଣ ବ୍ୟାଙ୍କଗୁଡିକୁ ଏନେଇ ଟେଣ୍ଡର ଆହ୍ବାନ କରାଯାଇଥିଲା । ମହାପ୍ରଭୁଙ୍କ ଟଙ୍କା ଦୁଇଟି ବ୍ୟାଙ୍କରେ ସମାନ ଭାଗ ହୋଇ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା । ଟେଣ୍ଡର ପରେ ଉନ୍ନୟନ ପ୍ରଶାସକ ଅଜୟ ଜେନା ଏହି ସୂଚନା ଦେଇଛନ୍ତି । ଦୁଇଟି ବ୍ୟାଙ୍କରେ ସମାନ ଭାଗ ହୋଇ ଜମା ହେବ ୨୮୭ କୋଟି ଟଙ୍କା । ମହାପ୍ରଭୁଙ୍କ କର୍ପସ୍‌ ଓ ଟେମ୍ପଲ୍‌ ଫଣ୍ଡ୍‌ ୨ଟି ବ୍ୟାଙ୍କରେ ଜମା ହେବ । ବ୍ୟାଙ୍କ ଅଫ୍‌ ବରୋଦା ଓ ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଜମା ହେବ ମହାପ୍ରଭୁଙ୍କ ଟଙ୍କା । ବର୍ଷକ ପାଇଁ ୬.୨୬ ପ୍ରତିଶତ ସୁଧରେ ଫିକ୍ସଡ୍‌ ଡିପୋଜିଟ୍‌ ହେବ । ସେହିପରି ୧୦୨ କୋଟି ଟଙ୍କାର ଫାଉଣ୍ଡେସନ୍‌ ଫଣ୍ଡ୍‌ ଏସବିଆଇରେ ରହିବ ।
ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ଇ-ଟ୍ରାନ୍ସଫର ମାଧ୍ୟମରେ ୟେସ୍ ବ୍ୟାଙ୍କରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଏସ୍‌ବିଆଇର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ