କରୋନା ସଂକ୍ରମିତଙ୍କୁ ପରୀକ୍ଷା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟ ପରୀକ୍ଷା କରାଯିବ : ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୩୬ରେ ପହଞ୍ଚିଛି। ଏବେ ମହୋଲ୍ଲା କ୍ଲିନିକ୍‌ ଓ ଚାରି ଅନ୍ୟ ଲୋକଙ୍କଠାରେ କରୋନା ପଜିଟିଭି ମିଳିଛି। ଏହି ସମସ୍ତ ସାଉଦୀ ଆରବରୁ ଆସିଥିବା ଜଣେ କରୋନା ପଜିଟିଭିଙ୍କ ସମ୍ପର୍କରେ ଆସିଥିଲେ। ଡାକ୍ତର ଓ ସ୍ତ୍ରୀ ଓ ଝିଅ ମଧ୍ୟ କରୋନା ସଂକ୍ରମଣ ହୋଇଛନ୍ତି।
କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଲୋକେ ବାହାରକୁ ନ ବାହାରିବା ପାଇଁ କର୍ଫ୍ୟୁ ମଧ୍ୟ ଲଗାଯାଇଛି। ଏହି ଆଇନକୁ ବେଶ୍‌ କଡାକଡି ଭାବେ ପାଳନ କରାଯାଉଛି। ଆଜି ଦିଲ୍ଲୀର ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ସମେତ ସମସ୍ତ ବଡ଼ ବଡ଼ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ ସ୍ବାସ୍ଥ୍ୟକର୍ମୀମାନଙ୍କର ମଧ୍ୟ ଯାଞ୍ଚ କରାଯିବା ନେଇ ପ୍ରସ୍ତାବ ରଖାଯାଇଛି। ଯେଉଁମାନେ କରୋନା ସଂକ୍ରମିତଙ୍କ ଦେଖାରେଖା ବା ଚିକିତ୍ସା କରୁଛନ୍ତି ସେହି ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ବୋଲି ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ