ୟୁନିଟ୍‌ -୧ ହାଟ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର : ମହାମାରୀ କରୋନାର ମୁକାବିଲା ପାଇଁ ୪୫ ଦିନ ପାଇ ୟୁନିଟ୍‌-୧ ହାଟକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସାମାଜିକ ଦୂରତ୍ବ ରକ୍ଷା ଲାଗି ଭୁବନେଶ୍ବର ୟୁନିଟ୍‌-୧ ହାଟ ସ୍ଥାନାନ୍ତର କରାଯିବ। ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ମଧ୍ୟରେ ବସିବେ। ୟୁନିଟ୍‌ -୧ ହାଇସ୍କୁଲ ପଡ଼ିଆରେ ମଧ୍ୟ କିଛି ବ୍ୟବସାୟୀ ବସିବେ। ପରିବା ଦୋକାନୀମାନଙ୍କୁ ଗାଇଡଲାଇନ୍‌ ଅନୁସାରେ ଦୂରତ୍ବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟରେ ଗହଳି ହେଉଥିବାରୁ ଭୁବନେଶ୍ବର ମହାନଗର ନିଗମ ଏଭଳି ପଦକ୍ଷେପ ନେଇଛି। ତୁରନ୍ତ ହାଟ ଖାଲି ପାଇଁ ବ୍ୟବସାୟୀମାନଙ୍କୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ