ଆମେରିକୀୟ ଜେଲ୍ରୁ ଚମ୍ପଟ ମାରିଲେ ୯ ମହିଳା କଏଦୀ
ସାଉଥ୍ ଡାକୋଟା : ଆମମେରିକୀୟ ଜେଲ୍ରୁ ଚମ୍ପଟ ମାରିଛନ୍ତି ୯ ମହିଳା କଏଦୀ । କରୋନା ଆତଙ୍କ ଦିନକୁ ଦିନ ବଢି ଚାଲିଥିବା ବେଳେ ଭୟରେ ଏହି ୯ ମହିଳା କଏଦୀ ଜେଲ୍ରୁ ଚମ୍ପଟ ମାରିଛନ୍ତି । ସାଉଥ୍ ଡାକୋଟାର ଏହି ଜେଲ୍ରୁ ୯ ଜଣ ଅନ୍ତେବାସୀ ଚମ୍ପଟ ମାରିଛନ୍ତି । ଜେଲ୍ର ଜଣେ କଏଦୀ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଭୟରେ ଏହି କଏଦୀମାନେ ଚମ୍ପଟ ମାରିଥିବା ଜଣାପଡିଛି । ସୋମବାର ଏହି କଏଦୀମାନେ ଚମ୍ପଟ ମାରିଥିବା ବେଳେ ବୁଧବାର ପୋଲିସ୍ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।


