ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚେଇବା ପାଇଁ ବ୍ୟବସାୟୀଙ୍କ ଫୋନ୍ ନମ୍ବର
ଛତ୍ରପୁର : କରୋନା ଭାଇରସ୍ କୁ ନେଇ ଚାରିଆଡେ ଲକ୍ ଡାଉନ୍ ବ୍ୟବସ୍ଥା ଗ୍ରହଣ କାରଯାଇଛି । ଯାହାଫଳରେ ଲୋକମାନେ ବାହାରକୁ ନବାହାରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଯେମିତି ଲୋକମାନେ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ନହୁଅନ୍ତୁ ସେଥିପାଇଁ ଛତ୍ରପୁର ଏନଏସି ପ୍ରଶାସନ ପକ୍ଷରୁ ସମସ୍ତ ୱାର୍ଡରେ ବାସ କରୁଥିବା ଲୋକଙ୍କ ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ଘରେ ପହଞ୍ଚେଇବାର ବ୍ୟବସ୍ଥା କରାଯାଇଛି । ଛତ୍ରପୁର ଏନ୍ଏସିର ପ୍ରଶାସନିକ ଅଧିକାରୀ ଦାୟିତ୍ୱରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନାରେ ଏନଏସି ପକ୍ଷରୁ ରାସନ ସାମଗ୍ରୀ , ପନିପରିବା , କ୍ଷୀର, ଅଣ୍ଡା ଓ ଔଷଧ ଭଳି ଗୁରୁତ୍ୱପୂର୍ଣ୍ଣ ଜିନିଷ ଫୋନ ରେ ଅର୍ଡର ଦେଲେ ଭେଣ୍ଡରମାନଙ୍କ ଦ୍ୱାରା ଘରକୁ ପଠାଇବାର ବ୍ୟବସ୍ଥା କରାଯାଇଛି । ଏହି ସୁବିଧା ଏନଏସିର ୧୪ଟି ୱାର୍ଡ ରେ ରହୁଥିବା ଲୋକମାନେ ଘରୁ ନବାହାରି ସମସ୍ତ ଜିନିଷ ଘରେ ହିଁ ପାଇ ପାରିବେ ।


