ଆଦିଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଘର ଘର ବୁଲି ପନିପରିବା ଯୋଗାଇଲେ
ଛତ୍ରପୁର : କରୋନା ମୁକାବିଲା ପାଇଁ ଗଂଜାମ ପ୍ରଶାସନ ଏବଂ ଏନଏସି ପ୍ରଶାସନର ସହଯୋଗରେ ଛତ୍ରପୁର ଏନଏସି ଅଂଚଳରେ ଜନଗହଳି କୁ କମ୍ କରିବା , ବଜାର ଉପରେ ନିୟନ୍ତ୍ରଣ ଏବଂ ସମସ୍ତ ଜନସାଧାରଣ ଘରେ ରହିବା ନିମନ୍ତେ ବିଭିନ୍ନ କାର୍ଯ୍ୟ କରିବା ସହିତ ଅନ୍ୟାନ୍ୟ ମୈାଳିକ କାର୍ଯ୍ୟ କ୍ଷେତ୍ରରେ ସାଧାରଣ ଲୋକେ ଯେପରି ଅସୁବିଧା ନଭୋଗନ୍ତି , ସେ ଦିଗରେ ପଦକ୍ଷେପ ନେଉଛନ୍ତି । ବର୍ତ୍ତମାନର ପରିସ୍ଥିତିରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଘର ଘର ମାନଙ୍କରେ ସେବା (ହୋମ୍ ଡେଲିଭରି) ଯୋଗାଇବା ଦେବା ଲାଗି ଛତ୍ରପୁର ଏନଏସି ପକ୍ଷରୁ ଦୋକାନର ତାଲିାକ , ଠିକଣା ଓ ଫୋନ ନମ୍ବର ଘୋଷଣା କରାଯାଇଥିବା ବେଳେ ଆଜି ମା ଆଦିଶକ୍ତି ସ୍ୱୟଂ ସାହାୟକ ଗୋଷ୍ଠୀ ପକ୍ଷରୁ ଏନଏସିର ବିଭିନ୍ନ ସାହି କୁ ସାହି ଯାଇ ଲୋକମାନଙ୍କୁ ସମଦୂରତା ରକ୍ଷା କରି ବିଭିନ୍ନ ପ୍ରକାର ପନିପରିବା ଯୋଗାଇ ଦେଇଛନ୍ତି । ଏହାଫଳରେ ଲୋକମାନେ ଖୁସି ଜାହିର କରି ସେମାନଙ୍କ ହାତ ପାଅନ୍ତାରେ ପନିପରିବା ଆସିଥିବାରୁ ଏନଏସି ପ୍ରଶାସନର ଏହି କାର୍ଯ୍ୟକୁ ଧନ୍ୟବାଦ ଦେଇଛନ୍ତି ଏବଂ ସେମାନେ ଏଥିପାଇଁ ବାହାରକୁ ଯିବାର ପଡୁଥିଲା ତାହା ମଧ୍ୟ କମିଯିବ ବୋଲି ସାହିବାସିନ୍ଦା ମାନେ ସୂଚନା ଦେଇଛନ୍ତି । ଏହି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଗରୀବ ଚାଷୀ ମାନଙ୍କ ଠାରୁ ସେମାନେ ଚାଷ କରୁଥିବା ପନିପରିବା ସେମାନଙ୍କ ଗାଁ କିମ୍ବା ବିଲ ମାଳରୁ ଅଣାଯାଉଛୁ ବୋଲି ଗୋଷ୍ଠୀର ସଭାପତି ଏସ.ବେବି ରେଡ୍ଡୀ କହିଛନ୍ତି । ସେହିପରି ମା ଭବାନୀ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମଧ୍ୟାହ୍ନ ଓ ରାତ୍ରୀ ଭୋଜନ ନିମନ୍ତେ ରନ୍ଧା ଖାଦ୍ୟ ଘର ଘର ମାନଙ୍କରେ ସେବା (ହୋମ୍ ଡେଲିଭରି) ଯୋଗାଇ ଦେବା ନିମନ୍ତେ ସଭାପତି ସୁଜାତା ପାଣିଗ୍ରାହୀ କହିଛନ୍ତି । ସେହିପରି ଘରକୁ ଘର ଅଣ୍ଡା ଯୋଗାଇବା ନିମନ୍ତେ ପୁରୋହିତ ଏଗ୍ ସେଣ୍ଟର ତଥା ପ୍ରଶାନ୍ତ କୁମାର ପୁରୋହିତ ଙ୍କ ଫୋନ ନମ୍ବର ଏନଏସି ପକ୍ଷରୁ ଜାରି କରାଯାଇଥିବା ବେଳେ ଫଳ ନିମନ୍ତେ ଜିତେନ୍ଦ୍ର ସେନାପତି ଏବଂ କ୍ଷୀର ନିମନ୍ତେ ବିଜୟ କୁମାର ପଣ୍ଡା ଓ କାଳି ପ୍ରସାଦ ପଟ୍ଟନାୟକ ଙ୍କ ଫୋନ ନମ୍ବର ଜାରି କରାଯାଇଛି । ଔଷଧ ନିମନ୍ତେ କ୍ରିଷ୍ଣା ମେଡିକାଲ ଷ୍ଟୋର ତଥା ରାଜେଶ କୁମାର ସାହୁଙ୍କ ଫୋନ ନମ୍ବର ଜାରି କରାଯାଇଛି । ପ୍ଲମ୍ବର ଭାବେ ପିଣ୍ଟୁ ସାହୁ ଓ ରାଧା କୃଷ୍ଣ ଗୁରୁ ସେବା ଯୋଗାଇବା ପାଇଁ ଉଭୟ ସୂଚନା ଦେଇଛନ୍ତି । ଇଲେକଟ୍ରିସିୟାନ ଭାବେ ଡି.ଗୋପାଳ ପାତ୍ର ସେବା ଯୋଗାଇଦେବ ବୋଲି ଏନଏସି ପକ୍ଷରୁ ସୂଚନା ମିଳିଛି । ଏହାସହ ଶୁକ୍ରବାର ଜନଗହଳି କମାଇବା ନିମନ୍ତେ ସ୍ଥାନୀୟ ଅପରବସଷ୍ଟାଣ୍ଡ , କୋପେରେସନ୍ ସାହିସ୍ଥିତ ଭଲିବଲ ପଡିଆ, ବ୍ୟାରେକ୍ ପଡିଆ, ରିକାପଲ୍ଲୀ ହାଟ ପଡିଆ, ଶ୍ୟାମାକାଳୀ ମନ୍ଦିର ଛକ ଠାରେ ପନିପରିବା ବ୍ୟବସାୟୀ ମନେ ପନିପରିବା ବିକ୍ରି କରିବେ । ନ୍ୟୁୟପୁଲିସ ଲାଇନ୍ ସ୍ଥିତ ପଡିଆରେ ମାଛ ମାର୍କେଟ ଏବଂ ମାର୍କେଟ ରୋଡସ୍ଥିତ ଚନ୍ଦ୍ରମାପେଟା ସାହିରେ ଚିକେନ ଓ ମଟନ ବିକ୍ରି କରିବା ନିମନ୍ତେ ନିର୍ଦ୍ଦେଶ ନାମା ଜାରି କରାଯାଇଛି ।


