କନଭେନସନ ହଲକୁ ଯିବ ବିଧାନସଭା

ଭୁବନେଶ୍ୱର: କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟକୁ ସ୍ଥାନାନ୍ତର କରାଯାଇଛି । ବିଧାନସଭା କାର୍ଯ୍ୟ ଲୋକସେବା ଭବନ କନଭେନସନ ହଲରେ ହେବ । ବଜେଟ ଅଧିବେଶନର ବାକି କାର୍ଯ୍ୟ ଦିବସ କନଭେନସନ ହଲରେ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ତୃତୀୟ ପଜିଟିଭ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି । ସେଥିପାଇଁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ବାରାଣ୍ଟାଇନ ରଖାଯିବ । ଏଥିସହ ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ କରାଯିବା ଦରକାର । ସେଥିପାଇଁ ବିଧାନସଭା କୋଠାରେ ବିଧାନସଭା ନକରିବାକୁ ନିଷ୍ପତ୍ତି ନିଆଯାଇଛି । କନଭେନସନ ହଲରେ ୨ ମିଟର ଅନ୍ତରରେ ବିଧାୟକ ବସିବେ । କେତେ ବିଧାୟକ ଆସିବେ ନେତାମାନଙ୍କୁ କୁହାଯାଇଛି । ସେମାନଙ୍କ ୩୦% ବିଧାୟକଙ୍କୁ ବିଧାନସଭା କୁ ଆଣିବାକୁ କୁହାଯାଇଛି । ରାସ୍ତାରେ କୌଣସି ବିଧାୟକଙ୍କୁ ନଅଟକାଇବା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦେଶ ଦିଆଯାଇଥିବା ଶ୍ରୀ ପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ