ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣା : ପୋଲିସର ଏନକାଉଣ୍ଟର ,୨ ଗିରଫ
ବ୍ରହ୍ମପୁର ,( ଯୁଗାବ୍ଦ ନ୍ୟୁଜ୍) : ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାରେ ପୋଲିସକ ୁ ମିଳିଛି ସଫଳତା । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୨ ଜଣ ଯୁବକକୁ ବ୍ରହ୍ମପୁର ସ୍ୱତନ୍ତ୍ର ପୋଲିସ ଟିମ୍ ଏନକାଉଣ୍ଟର କରିଛି । ଏନକାଉଣ୍ଟରରେ ୨ ଅଭିଯୁକ୍ତ ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତିକରାଯାଇଛି । ପୋଲିସ ଗୁଳିରେ ଜଖମ ହୋଇଥିବା ୨ ଜଣ ଯୁବକ ହେଲେ ବୁଲୁ ଓରଫ ଗଣେଷ ନାୟକ ଏବଂ ହୃଷି ପାତ୍ର । ସୂଚନା ଅନୁଯାୟୀ ବ୍ରହ୍ମପୁର ସହରର ଗୋଳନ୍ଥରା ଥାନା ରାସ୍ତା ଦେଇ ୫ ଜଣ ଯୁବକ ବାଇକ ଯୋଗେ ଯାଇଥିବାର ପୋଲିସ ଖବର ପାଇଥିଲା । ପୋଲିସ ତରଫରୁ ଅପରାଧିମାନଙ୍କୁ ଧରିବା ପାଇଁ ପୋଲିସକୁ ଏନକାଉଣ୍ଟର କରିବାକୁ ପଡିଥିଲା । ୫ ଜଣ ଯୁବକ ମଧ୍ୟରୁ ୨ ଜଣଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିବା ବେଳେ ୩ ଜଣ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଅନ୍ୟ ଯୁବକ ମାନଙ୍କୁ କାବୁ କରିବା ପାଇଁ ପୋଲିସ ତରଫରୁ ଉଦ୍ୟମ ଜାରୀ ରହିଛି । ୨ ଜଣ ଯୁବକଙ୍କ ଠାରୁ ଗୋଟିଏ ମୋଟର ସାଇକେଲ ସମେତ ଦୁଇଟି ବନ୍ଧୁକ ଓ ତିନୋଟି କ୍ୟାଟ୍ରିଜ ଓ ଖୋକା ଜବତ କରିଛି । ଦୁଇଜଣ ଯୁବକଙ୍କ ନାମରେ ଆଉ ଦୁଇଟି ହତ୍ୟା ଅପରାଧିକା ମାମଲା ଥିବା ପୋଲିସ ତରଫରୁ ସୂଚନା ମିଳିଛି । ବହୁଚର୍ଚ୍ଚିତ ଆସିକା କଂଗ୍ରେସ ପ୍ରାର୍ଥୀ ଭୁବନେଶ୍ୱରରୁ କାର ଯୋଗେ ବ୍ରହ୍ମପୁର ଅଭିମୁଖେ ଫେରୁଥିବା ବେଳେ ସେ ରାସ୍ତାରେ ପରିଶ୍ରା କରିବାକୁ କାରରୁ ଓହ୍ଲାଇଥିବା ବେଳେ ତାଙ୍କୁ କିଛି ଦୁବୁର୍ତ୍ତ ତାଙ୍କୁ ଆଖି ବୁଜା ଗୁଳି ଚଳାଇବା ସହ ତାଙ୍କ ବେକକୁ କାଟି ଦୁବୁତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ବଡ ମେଡିକାଲରେ ମନୋଜ ଙ୍କୁ ଭର୍ତ୍ତିକରାଯାଇଥିଲା । ଡାକ୍ରର ତାଙ୍କୁ ଚିକିସ୍ରା କରିବା ସମୟର ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା ।