୧୦୧ ବର୍ଷ ବୟସରେ କରୋନା ଭୟ

ଦୁନିଆରେ ଆତଙ୍କ ଖେଳାଇଥିବା କୋଭିଡ-୧୯ ରୋଗ ଇଟାଲିକୁ ସର୍ବାଧିକ କ୍ଷତିଗ୍ରସ୍ତ କରିଛି । କରୋନା ସଂକ୍ରମଣରେ କେବଳ ଏହି ଦେଶରେ ୮ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଅଧିକାଂଶ କ୍ଷେତ୍ରରେ ବୟସ୍କଙ୍କ ପାଇଁ କରୋନା ମାରାତ୍ମକ ହୋଇଥାଏ । ତେବେ କିଛି ଦିନ ତଳେ ଇଟାଲୀର ରିମିନି ସହରରେ ରହୁଥିବା ୧୦୧ ବର୍ଷୀୟ ମିଷ୍ଟର ପି.ନାମକ ଜଣେ ବୃଦ୍ଧ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ନିକଟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ରିମିନି ନଗର ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି । ମିଷ୍ଟର ପି.୧୯୧୯ ରେ ଜନ୍ମଗ୍ରହଣ କରିଥିଲେ । ୧୯୧୮-୨୦ ମସିହାର ସ୍ପାନିସ ଫ୍ଲୁ ମହାମାରୀରୁ ବର୍ତ୍ତିବା ପରେ ବିଶ୍ୱଯୁଦ୍ଧରେ ମଧ୍ୟ ଜୀବନ ବଞ୍ଚାଇବାକୁ ସଫଳ ହୋଇଥିଲେ । ଏତେ ତୃତୀୟ ଥର ପାଇଁ ୧୦୧ ବର୍ଷ ବୟସରେ ପୁଣି ଏକ ମହାମାରୀରୁ ନିଜ ଜୀବନ ବଞ୍ଚାଇ ପାରିଥିବାରୁ ସେ ଅତ୍ୟନ୍ତ ସୌଭାଗ୍ୟଶାଳୀ ବୋଲି ଲୋକମାନେ ଚର୍ଚ୍ଚା କରୁଛନ୍ତି । ସେହିପରି ଇଟାଲୀର ଚାରିଆଡେ଼ ମୃତୁ୍ୟର ଖବର ଆସୁଥିବା ସମୟରେ ଶହେ ବର୍ଷର ବୃଦ୍ଧଙ୍କ କରୋନା ଜୟର କାହାଣୀ ଅନେକଙ୍କ ମଧ୍ୟରେ ନୂତନ ଆଶା ସଂଚାର କରୁଛନ୍ତି । ଏହା ପୂର୍ବରୁ ଚୀନର ୧୦୩ ବର୍ଷ ବୟସ୍କା ଝାଙ୍ଗ ଗୁଆଙ୍ଗପେନ ମଧ୍ୟ କରୋନା ଭୂତାଣୁ ସହ ଲଢ଼ି ନିଜର ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ