ସବୁ ବନ୍ଦ ଥିବାରୁ ବାଧ୍ୟ ହୋଇ ଚାଲି ଚାଲି ଆସିଥିଲେ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା)):କରୋନା କୁ ନେଇ ବର୍ତ୍ତମାନ ସାରା ପୃଥିବୀ ରେ କୋକୁଆ ଭୟ ସୃଷ୍ଟି ହେବା ସହିତ ପ୍ରାୟ ସମସ୍ତ ଦେଶରେ ଲକ ଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି କ୍ଷ ସମସ୍ତଙ୍କୁ ଘରେ ରହିବାକୁ ପ୍ରଶାସନଙ୍କ ତରଫରୁ ପରାମର୍ଶ ଦିଆଯାଇଥିବା ବେଳେ ଦାଦନ ଖଟିବାକୁ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଯାଇଥିବା ଶ୍ରମିକ ମାନଙ୍କ କଥା କହିଲେ ନସରେ l ଟଙ୍କା ଅଭାବ ଯୋଗୁଁ ଭୋକ ଉପାସ ରେ ନିଜ ର ଗାଁ କୁ ଫେରିବାପାଇଁ ବାଧ୍ୟ ହେଉଛନ୍ତି l କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳ ର କିଛି ଶ୍ରମିକ ଭୂବନେଶ୍ୱର ରେ ରହି କାମକରୁଥିଲେ ହେଲେ ରାଜ୍ୟ ରେ ଲକଡାଉନ୍ ଘୋଷଣା ହେବା ପରେ ସେମାନେ ଖାଇବାକୁ ନପାଇବାରୁ ସେମାନଙ୍କ ମଧ୍ୟରୁ ତିନି ଜଣ ଶ୍ରମିକ ନିଜ ନିଜର ଜିନିଷ ପତ୍ର ଧରି ଗାଁ କୁ ଫେରିବାକୁ ଗତ ୨୫ ତାରିଖ ରୁ ବାହାରିଥିଲେ lବସ ଏବଂ ଗାଡିମଟର, ଅଟୋ ସବୁ ବନ୍ଦ ଥିବାରୁ ବାଧ୍ୟ ହୋଇ ସେମାନେ ୨୫୦ କିଲୋମିଟର ବାଟ ରାସ୍ତା ଚାଲି ଚାଲି ଆସିବା ପାଇଁ ବାହାରି ଆଜି ଭଞ୍ଜନଗର ଠାରେ ପହଂଚିଛନ୍ତି, ପୁଣି ଏଠାରୁ ପ୍ରାୟ ୫୫-୬୦ କିଲୋମିଟର ଯିବାପରେ ସେମାନେ ନିଜ ଗାଁ ଟିକାବାଲି ଯିବାକୁ ପଡିବ ତେଣୁ ଏଭଳି ଦୁଃଖଦ ପରିସ୍ଥିତି ରେ ଗରିବ, ଖଟିଖିଆ, ଦିନମଜୁରିଆ ଙ୍କ କଥା କେହି ବୁଝୁନାହାନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ