ଶିକ୍ଷାବିତ ମହେଶ୍ୱର ଖାଡ଼ଙ୍ଗାଙ୍କ ଶ୍ରାଦ୍ଧବାର୍ଷିକ ଓ ସମ୍ବର୍ଦ୍ଧନା ସଭା
ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍):ଶିକ୍ଷାବିତ ସ୍ୱର୍ଗତ ମହେଶ୍ୱର ଖାଡ଼ଙ୍ଗା ଥିଲେ ଜଣେ ଜଣାଶୁଣା ଚିକିତ୍ସିକ । ସାହିତ୍ୟ,ସଂସ୍କୃତରେ ଅଗାଧ ଜ୍ଞାନର ଅଧିକାରୀ ସ୍ୱର୍ଗତ ଖାଡ଼ଙ୍ଗା ଅଞ୍ଚଳର ଜନ ମାନସରେ ବେଶ ଅଦୃତ ହୋଇପାରିଥିଲେ ବୋଲି ନିରାକାରପୁର ମଞ୍ଜାରିଆସ୍ଥିତ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ପ୍ରଥମ ଶ୍ରାଦ୍ଧବାର୍ଷିକ ଓ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଡଃ ବେଣୁଧର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କମାଗୁରୁ କଲେଜ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥିଭାବେ ପ୍ରାକ୍ତନ ଇଂରାଜୀ ପ୍ରଧ୍ୟାପକ ଲକ୍ଷ୍ମୀଧର ଶ୍ରୀଚନ୍ଦନ, ପ୍ରାକ୍ତନ ଓଡ଼ିଆ ପ୍ରାଧ୍ୟାପକ ଡ. ବିଜୟ କୁମାର ପଟ୍ଟନାୟକ, ବିଶିଷ୍ଟ ଭଞ୍ଜ ସାହିତିକ୍ୟ ଡ. ପୂର୍ଣ୍ଣଚନ୍ଦ୍ର ଚନ୍ଦ୍ର ଦାଶ ଓ ଶିକ୍ଷାବିତ ବଂଶୀଧର ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମହେଶ୍ୱର ଖାଡ଼ଙ୍ଗଙ୍କ ଗୁଣାବଳୀ ବର୍ଣ୍ଣନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଆବାହକ ସତ୍ୟବ୍ରତ ଖାଡ଼ଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତ ଉପସ୍ଥିତ ବ୍ୟକ୍ତି ମହାପ୍ରସାଦ ସେବନ କରିଥିଲେ ।