ସିଲିଗାଡି ଗାଁରୁ କୁଟୁରା ଛୁଆ ଉଦ୍ଧାର
ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍):ଗଣିଆ ବନାଞ୍ଚଳ ଅଧିନସ୍ଥ ଦଶପଲ୍ଲା ବ୍ଲକ ଘୁଗୁଡିପଡା ପଞ୍ଚାୟତ ସିଲିଗାଡି ଗ୍ରାମରୁ ଏକ କୁଟୁରା ଛୁଆ ଉଦ୍ଧାର କରାଯାଇଛି । ଗତକାଲି ସଂଧ୍ୟାରେ କୁଟୁରାଟି ପାଣି ପାଇଁ ମକର ପ୍ରସାଦ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଥିଲା । ଗ୍ରାମବାସୀ ଏହାକୁ ଉଦ୍ଧାର କରି ବନ ବିଭାଗକୁ ସୂଚନା ଦେଇଥିଲେ । ଆଜି ପୂର୍ବାହ୍ନରେ ବନାଞ୍ଚଳ ଅଧିକାରୀ ନିଖ୍ଲେଶ ମଲିକ, ବନପାଳ ଅଶୋକ କୁମାର ସାହୁ, ବନରକ୍ଷୀ ସୈାମ୍ୟ ରଞନ ଦଳେଇ ଓ ଦୁଃଖିଶ୍ୟାମ ପ୍ରଧାନ ପ୍ରମ୍ମୁଖ ଗାଁରେ ପହଁଚି କୁଟୁରା ଛୁଆକୁ ନିଜ ହେପାଜତକୁ ଆଣିଥିଲେ । ଏହାପରେ ଏହାର ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିଲା । କୁଟୁରା ଛୁଆଟିର ବୟସ ୮ ରୁ ୧୦ ମାସ ହୋବା ସହ ଏହା ମାଇ ଛୁଆ ହୋଇଥିବା ବନାଚଂଳ ଅଧିକାରୀ କହିଛନ୍ତି । ଏହାପରେ ଏହାକୁ ବଙ୍କାମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି ।