ଷ୍ଟେଜ୍-ଥ୍ରୀକୁ ଯାଇପାରେ କରୋନା ଭାଇରସ୍

ଭୁବନେଶ୍ବର: ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ତାଙ୍କ ପାଇଁ ରାଜ୍ୟରେ କରୋନା ଭାଇରସ୍ ଷ୍ଟେଜ-ଥ୍ରୀକୁ ଯାଇପାରେ ବୋଲି କୁହାଯାଉଛି। କାରଣ ଦିଲ୍ଲୀରୁ ଓଡ଼ିଶା ଫେରିବା ଭିତରେ ସେ ମୋଟ୍ ୧୧୨ଜଣଙ୍କ ସଂସ୍ପର୍ଷରେ ଆସିଛନ୍ତି। ଯେଉଁ କାରଣରୁ ଏହି ଭାଇରସ୍ ଅନ୍ୟମାନଙ୍କୁ ବ୍ୟାପିବାର ସମ୍ଭାବନା କରାଯାଉଛି। ଶନିବାର ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ ତୃତୀୟ କରୋନା ରୋଗୀଙ୍କ ବିଷୟରେ ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ସେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୨ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ତାଙ୍କ ସ୍ତ୍ରୀ, ଝିଅ, ଡ୍ରାଇଭର ଓ ଘରର ସହଯୋଗୀଙ୍କୁ ଛାଡ଼ି ସେ ଆହୁରି ଅନେକ ଲୋକଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି।
ଦିଲ୍ଲୀରୁ ଓଡ଼ିଶା ଫେରୁଥିବାବେଳେ ସେ ଯେଉଁ ବିମାନରେ ଆସିଥିଲେ ସେଥିରେ ସେ ୩୨ ଜଣ ଲୋକଙ୍କ ସହ ସଂସ୍ପର୍ଶରେ ରହିଥିଲେ। ସେହିପରି ସେ କାମ କରୁଥିବା ବ୍ୟାଙ୍କରେ ସେ ୪୪ ଜଣ ଓ ବିଧାନସଭାର ଔଷଧାଳୟକୁ ଆସିବା ସମୟରେ ୭ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଏଥିସହିତ ସେ ପ୍ରଥମେ ଚିକିତ୍ସା କରାଇବାକୁ ଯାଇଥିବା କ୍ଲିନିକର ୨୧ ଜଣ ଷ୍ଟାଫ୍ ଓ ପାଥୋଲୋଜିର ୩ ଜଣ ଲୋକଙ୍କୁ ମିଶାଇ ସେ ମୋଟ୍ ୧୧୨ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ବୋଲି ଶନିବାର ରାଜ୍ୟ ସରକାର ବିସ୍ତୃତ ବିବରଣୀ ଦେଇଛନ୍ତି। ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୫ ଲୋକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନମୁନା ପଠାଯାଇଛି। ଏଥିମଧ୍ୟରୁ ଜଣକର ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ଅନ୍ୟମାନଙ୍କ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ ବୋଲି ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ