ମହିଳାଙ୍କଠାରୁ ବିଲେଇକୁ ଡେଇଁଲା କରୋନା
ବେଲଜିୟମ : ବେଲଜିୟମ ଲିଗ ସହରରେ କରୋନା ଦ୍ୱାରା ସଂକ୍ରମିତ ଜଣେ ମହିଳାଙ୍କ ପୋଷା ବିଲେଇକୁ କରୋନା ଆକ୍ରାନ୍ତ କରିଥିବାର ଜଣାପଡ଼ିଛି । ସେଠାରେ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଉକ୍ତ ମହିଳାଙ୍କ ଦେହରେ କରୋନା ଜନିତ ଲକ୍ଷଣ ପ୍ରକାଶ ପାଇବାର ସପ୍ତାହକ ପରେ ତାଙ୍କର ପୋଷା ବିଲେଇ ଦେହକୁ ଏହି ଭାଇରସ ଡେଇଁଥିଲା । ମଣିଷଠାରୁ ପଶୁମାନଙ୍କ ଦେହକୁ କରୋନା ଭାଇରସ ଯିବାର ଏହା ସମଗ୍ର ବିଶ୍ୱରେ ତୃତୀୟ ଘଟଣା । ଏହା ପୂର୍ବରୁ ହଂକଂରେ ଦୁଇ ଜଣ ବ୍ୟକ୍ତିଙ୍କଠାରୁ ସେମାନଙ୍କ ପୋଷା କୁକୁରମାନଙ୍କୁ ଏହି ଭାଇରସ ଡେଇଁଥିବାର ଜଣାପଡ଼ିଥିଲା ।


