ସାରା ବିଶ୍ୱକୁ ଅନ୍ଧାରରେ ରଖି କଲବଲ କରିଦେଲା ଚୀନ୍
ୱାଶିଂଟନ୍ : ବିଶ୍ୱରେ କରୋନା ସଂକ୍ରମଣକୁ ନେଇ ବିଭିନ୍ନ ମତ ଓ ଆଲୋଚନା ହେଉଥିବା ବେଳେ କରୋନାକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ ଚାଲୁରହିଛି, ୟାମଧ୍ୟରେ ଚୀନର କେତେକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚାଇନା ଭୂତାଣୁ ବୋଲି କରୋନାକୁ କହିବା ସହ ଆମେରିକା ଚୀନ୍କୁ ସମାଲୋଚନା କରିବା ସହ ଦୋଷ ଦେଇ ଆସିଛି; କିନ୍ତୁ ଚୀନ୍ କିପରି ପ୍ରଥମରୁ କରୋନା ଭୂତାଣୁ ସମ୍ପର୍କରେ ସାରା ପୃଥିବୀକୁ ଅନ୍ଧାରରେ ରଖିଥିଲା ଏହାର ପ୍ରମାଣ ଉପସ୍ଥାପନ କରିଛି ଆମେରିକୀୟ ପତ୍ରିକା ‘ନ୍ୟାସନାଲ ରିଭ୍ୟୁ’ରେ, ତଥ୍ୟ ଅନୁଯାୟୀ ଚୀନ୍ ସରକାର ପ୍ରଥମରୁ କରୋନା ନେଇ ତଥ୍ୟ ଲୁଚାଇ ଆସିଥିଲା; ଫଳରେ ଏହା ନିୟନ୍ତ୍ରଣ ବାହାରକୁ ଯିବା ସହ ପରବ୍ରତି ସମୟରେ ମହାମାରୀ ରୂପ ନେଇଛି । ତଥ୍ୟମୂତାବକ ଡିସେମ୍ବର ୧ରେ ଚୀନ୍ର କେନ୍ଦ୍ରରେ ଅବଶିତ ହୁବେଇ ପ୍ରଦେଶର ଉହାନ ସହରରେ ରହିଥିବା ଗୋଟିଏ ଆମିଷ ବଜାରରେ ପ୍ରଥମେ ଜଣେ ୫୩ବର୍ଷୀୟ ବ୍ୟକ୍ତିଙ୍କ ଠାରେ ଦେଇଥିଲା । ଏହାର ୫ଦିନ ପରେ ବଜାରକୁ କେବେ ଯାଇ ନଥିବା ତାଙ୍କ ପତ୍ନୀଙ୍କ ଠାରେ ସମାନ ରୋଗରେ ଦେଖା ଦେଇଥିଲେ। ରୋଗର ଲକ୍ଷଣ ଥଣ୍ଡା ନିମୋନିଆ ଭଳି ଥିଲେ ମଧ୍ୟ କେତେକ ବିଚିତ୍ର ରହିଥିଲା। ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ରଖାଯାଇ ଚିକିଛ। ଚାଲିଥିବା ବେଳେ ଡିସେମ୍ବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଏ ନେଇ ସରକାରୀସ୍ତରରେ କୌଣସି ସୂଚନା ଦିୟା ଗଲା ନାହିଁ। ପରେ ଏହା ମଣିଷରୁ ମଣିଷକୁ ବ୍ୟାପିବା ଆରମ୍ଭ ହୋଇ ଯାଇଥିଲା। ଡିସେମ୍ବର ୨୫ ସୁଦ୍ଧା ଉହାନର ଦୁଇଟି ଡାକ୍ତରଖାନାର କିଛି ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ଏହି ଲକ୍ଷଣ ଦେଖା ଦେଇଥିଲେ। ପରବର୍ତୀ ସମୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ଡାକ୍ତରମାନେ ସଂକ୍ରମଣନେଇ ପ୍ରଥମେ ସନ୍ଦେହ କଲେ। ଏହା କିଛି ନୂଆ ଭୂତାଣୁ ଜନିତ ରୋଗ ବୋଲି ଅନୁମାନ କରିବା ସହ ଉହାନ୍ ଅନ୍ତର୍ଗତ ହୁଆନାନ୍ ସାମୁଦ୍ରିକ ମାଛ ବଜାର ଏହାର ନାଭିକେନ୍ଦ୍ର ବୋଲି ଜାଣିବାକୁ ପାଇଲେ ପ୍ରଥମେ ଡାକ୍ତର ଲି ୱେନ୍ ଲିଆଙ୍ଗ। ଏ ନେଇ ପ୍ରଥମେ ତାଙ୍କ ସହ କ୍ରମିମାନଙ୍କୁ ଜଣାଇବା ସହ ସମ୍ଭାବ୍ୟ ମହାମାରୀ ନେଇ ସତର୍କ କରାଇଲେ। ଏହା ଏକ ଭୟଙ୍କର ଭୂତାଣୁ ବୋଲି ଦର୍ଶାଇ ସେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନେବା ପାଇଁ ତାଙ୍କ ସାଥୀ ଡାକ୍ତରଙ୍କୁ କହିଲେ କିନ୍ତୁ ଡିସେମ୍ବର ୩୧ରେ ଉହାନ୍ ପୌରାଞ୍ଚଳ ସ୍ୟସ୍ଥ୍ୟ କମିସନର ଘଟଣାକୁ ଅସ୍ବୀକାର କଲେ। ଏଥିରେ କୌଣସି ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇ ନ ଥିବା କହିବା ସହ ଏହି ରୋଗ ସଂକ୍ରମଣର ପ୍ରମାଣ ନାହିଁ ବୋଲି ଦର୍ଶାଇଲେ। ଜାନୁଆରୀ ୨ରେ ଡାକ୍ତର ୱେନ୍ଲିଆଙ୍ଗଙ୍କ ବିରୋଧରେ ଗୁଜବ ପ୍ରଚାର କରୁଥିବା ଅଭିଯୋଗ କରି ଜାନୁଆରୀ ୩ତାରିଖରେ ପୁଲିସରେ ଅଭିଯୋଗ କଲେ । ଫଳରେ ଡାକ୍ତରଙ୍କୁ ଥାନାରେ ଅଟକ ରଖାଯିବା ସହ ସେହିଦିନ ଏଭଳି ‘ନୂଆ ରୋଗ’ରେ ଆକ୍ରାନ୍ତଙ୍କ ରକ୍ତ ନମୁନା ପରୀକ୍ଷାକୁ କର୍ତ୍ତୃପକ୍ଷ ବନ୍ଦ କଲେ। ଏଥିସହ ପୂର୍ବରୁ ପରୀକ୍ଷାଗାରରେ ଥିବା ସବୁ ନମୁନାକୁ ନଷ୍ଟ କରି ଦିଆଗଲା। ଏହିସମୟରେ ଉହାନର ପାଖାପାଖି ୫୬୯ଜଣ ଆକ୍ରାନ୍ତ ହୋଇସାରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୱେନ୍ଲିଆଙ୍ଗ୍ଙ୍କ ସୂଚନାକୁ ଖଣ୍ଡନ ପୂର୍ବକ ସର୍ବସାଧାରଣ ବିଜ୍ଞପ୍ତି ପ୍ରକାଶ କଲେ। ଘଟଣା ନେଇ ଜାନୁଆରୀ ୬ରେ ‘ନ୍ୟୁ ୟର୍କ ଟାଇମ୍ସ’ ଖବରକାଗଜରେ ଖବର ପ୍ରକାଶ ପାଇବା ମାତ୍ରେ ସେଠାକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧକ କେନ୍ଦ୍ର ଜାଗୁରତ ହୋଇ ଉଠିଥିଲା । ଉହାନକୁ ଭ୍ରମଣ କରିବା କଟକଣା ଜାରି କରିବା ସହ ଆମିଷ ବଜାରକୁ ନ ଯିବା ନେଇ ଓ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସିବାକୁ ବାରଣ କରାଯାଇଥିଲା । ଏହାର ଦୁଇ ଦିନ ପରେ ସ୍ବାସ୍ଥ୍ୟ ପ୍ରଶାସନ ନୂଆ ଭୂତାଣୁ ଚିହ୍ନଟ କରିଥିବା ସୂଚନା ଦେଇଏ ଥିଲେ, କିନ୍ତୁ ମଣିଷରୁ ମଣିଷକୁ ସଂକ୍ରମଣ ହେବ ସମ୍ପର୍କରେ କୌଣସି ସୂଚନା ଦେଲେନାହିଁ । ଜାନୁଆରୀ ୧୧ରେ ଡାକ୍ତର ୱେନ୍ ଲିଙ୍ଗଙ୍କ କଥାକୁ ଉହାନ ସ୍ବାସ୍ଥ୍ୟ କମିସନ ସ୍ବୀକାର କରିବା ବେଳକୁ ରୋଗ ତାର କାୟା ବିସ୍ତାର କରିଯାଇଥିଲା । ଜାନୁଆରୀ ୧୨ରେ ଡାକ୍ତର ୱେନ୍ ଲିଆଙ୍ଗ ନିଜେ ଏହାର ଆକ୍ରାନ୍ତ ହୋଇ ଥିବା ବେଳେ ତାଙ୍କୁ ଡାକ୍ତରଖାନା ଆଇସିୟୁରେ ରଖାଗଲା। ଜାନୁଆରୀ ୧୩ରେ ଚୀନ୍ ବାହାରେ ପ୍ରଥମ କରୋନା ଭୂତାଣୁ ସଂକ୍ରମଣର ତଥ୍ୟ ମିଳିଥିଲା। ଥାଇଲାଣ୍ଡରେ ଉହାନରୁ ଫେରିଥିବା ଜଣେ ଚୀନ୍ ମହିଳା ଏଥିରେ ଆକ୍ରାନ୍ତ ହୋଇଥିଲେ। ଏନେଇ ଚୀନ୍ ସରକାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)କୁ ଭୂତାଣୁ ନେଇ ଅବଗତ କରିଥିଲେ। ୧୪ରେ ‘ହୁ’ ଚୀନ୍ ସରକାରଙ୍କ ତଥ୍ୟକୁ ଉଦ୍ଧାର କରି ସୂଚନା ଦେଲା ଯେ ଏହି ଭୂତାଣୁ ଦ୍ବାରା ମଣିଷରୁ ମଣିଷ ସଂକ୍ରମଣ ହେବାର କୌଣସି ପ୍ରମାଣ ନାହିଁ କହିବା ସହ ହୁ ଏହି ଭୂତାଣୁ ନାମକରଣ ‘ଏନ୍-କଭ୍’ କରିଥିଲା । ପରେ ଜାନୁଆରୀ ୧୫ରେ ଜାପାନରେ ପ୍ରଥମ ସଂକ୍ରମଣ ମାମଲା ଦେଖିବାକୁ ମିଲିଥିକ । ପରେ ଉହାନ ସ୍ବାସ୍ଥ୍ୟ ପ୍ରଶାସନ ମଣିଷରୁ ମଣିଷ ସଂକ୍ରମଣକୁ ଆଂଶିକ ସ୍ବୀକାର କରିଥିବାବେଳେ ଏହି ଭୂତାଣୁ ଅତି ଭୟଙ୍କର ବୋଲି ଉହାନର ଡାକ୍ତରମାନେ ସୂଚନା ପାଇଥିଲେ ମଧ୍ୟ ନବ ବର୍ଷ ପାଳନ ପାଇଁ ଅନୁମତି ଦେଇଥିଲେ ଯେଉଁଠାରେ ୪୦ହଜାର ପରିବାର ଏକତ୍ର ହୋଇ ଘର ରନ୍ଧା ଖାଦ୍ୟ ଖାଇବା ସହ ମଉଜ ମଜଲିସ୍ରେ କରିଥିଲେ । ପରେ ଏହା ସାରା ବିଶ୍ୱ ପାଇଁ କାଳ ହୋଇଥିଲା । ଉହାନରୁ ଦେଶ ବିଦେଶକୁ ଫେରିଥିବା ବହୁ ଲୋକେ ଭୂତାଣୁକୁ ନିଜ ସହିତ ନେଇଥିଲେ ଫଳରେ ଇଟାଲୀ, ସ୍ପେନ ସମେତ ସାରା ବିଶ୍ୱ ବସି ଏବେ ଭୋଗୁଛନ୍ତି କଷ୍ଟ । ଏହାପରେ ମଧ୍ୟ ଜାନୁଆରୀ ୧୯ରେ ଚୀନ୍ର ସ୍ବାସ୍ଥ୍ୟ କମିସନ କହିଲେ ଯେ ରୋଗର ଉପଶମ ହେବା ସମ୍ଭବ ଏବଂ ନିୟନ୍ତ୍ରଣ ମାୟା ବୋଲି । ୨୦ ଜାନୁଆରୀ ରେ କମିସନ୍ ମଣିଷରୁ ମଣିଷ ସଂକ୍ରମଣକୁ ବିଧିବଦ୍ଧ ଭାବେ ସ୍ବୀକାର କରିବା ସହ ସତର୍କତା ଜାରିକରିଥିଲେ । ପ୍ରଥମ କରୋନା ଭୂତାଣୁ ସଂକ୍ରମଣ ଘଟଣା ଜାନୁଆରୀ ୨୧ରେ ଆମେରିକାରେ ଧରାପଡ଼ିଲା। ଆକ୍ରାନ୍ତ ବ୍ୟକ୍ତି ଜଣକ ସପ୍ତାହକ ପୂର୍ବେ ଚୀନ୍ରୁ ଫେରିଥିଲେ। ଜାନୁଆରୀ ୨୨ରେ ‘ହୁ’ ପ୍ରତିନିଧି ମଣ୍ଡଳୀ ଉହାନ୍ ପରିଦର୍ଶନ ପୂର୍ବକ ରୋଗର ଭୟାବହତା ଅନୁଭବ କରିବା ସହ ଏ ନେଇ ସତର୍କ କଲେ। ପରେ ରୋଗ ଚିହ୍ନଟ ପାଇଁ ନୂଆ ପ୍ରକ୍ରିୟା ଅବଲମ୍ବନ ଗ୍ରହଣ କରାଗଲା। ସଂକ୍ରମଣ ଘଟଣା ସା୍ନାକୁ ଆସିବା ପରେ ଚୀନ୍ ସରକାର ଉହାନରେ କ୍ବାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ କଲେ। ଫେବୃଆରୀ ୧ରେ ପ୍ରଥେମେ ସୂଚନା ଦେଇ ଥିବା ଡାକ୍ତର ୱେନ୍ ଲିଆଙ୍ଗଙ୍କର ସପରିବାରଙ୍କ ମୃତ୍ୟୁ ଘଟି ଥିଲା ମାତ୍ର ସେତେବଳେକୁ ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଥିବା ବେଳେ ବର୍ତମାନ ସାରା ବିଶ୍ୱରେ ହାହା କାର ହୋଇଛି ।


