ପାଙ୍ଗିଡିରେ ୪ ପରିବାରର ୬ ବଖରା ଘର ପୋଡି

ବୁଗୁଡା (ଅନିଲ କୁମାର ମହାରଣା) : ପାଙ୍ଗିଡ଼ି ଗ୍ରାମରେ ୪ ପରିବାରର ୬ ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲେ। ରବିବାର ଅପରାହ୍ନରେ ପାଙ୍ଗିଡି ଗ୍ରାମରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବିପ୍ର ଡାକୁଆ, ଗଙ୍ଗା ଡାକୁଆ,ରେବତୀ ଡାକୁଆ ଓ ଅପନା ସାହୁ, ଏହି ଚାରି ପରିବାରର ଛଅ ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ବହୁ ଜିନିଷ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ପହଁଞ୍ଚୀ ନିଆଁକୁ ଆୟତ କରିଥିଲେ।ପାଙ୍ଗିଡ଼ି ସରପଞ୍ଚ ସୁଶାନ୍ତ କୁମାର ଆପଟ ପହଞ୍ଚି ଘରପୋଡି କ୍ଷତିଗ୍ରସ୍ତ ଚାରି ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାସହ ବୁଗୁଡା ତାହାସିଲଦରଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ରାଜସ୍ୱ ନିରୀକ୍ଷକ ପହଞ୍ଚି କ୍ଷତିଗ୍ରସ୍ତଙ୍କୁ ପାଲ ପ୍ରଦାନ କରିବା ସହ କ୍ଷୟକ୍ଷତି ଆକଳନ କରି ଫେରିଥିବା ବେଳେ ଆସନ୍ତା କାଲି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ