ଠକେଇର ଶିକାର ହେଲେ ସ୍ୱୟଂସହାୟିକା ଗୋଷ୍ଠୀ

ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍‍): ରାଜ୍ୟରେ ଚିଟ୍ଫଣ୍ଡ ସଂସ୍ଥାମାନଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ହଜାର ହଜାର ଜମାକାରୀ କୋଟିକୋଟି ଟଙ୍କା ହରାଇ ବସିଥିବା ବେଳେ ପୁଣି ଦଶପଲ୍ଲା ବ୍ଲକରେ ଶତାଧିକ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଠକେଇର ଶିକାର ହୋଇଥିବା ଅଭିଯୋଗ ସାମ୍ମାକୁ ଆସିଛି । ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୁଗୁଡିପଡା ପଞ୍ଚାୟତର ଚମ୍ପାଡାଳି, ସିଲିଗାଡି, ଖଜୁରୀଡିହ, ଖଳିସାହି, ଖଳିଘଟି, ଜାନିସାହି, ଖଣ୍ଡାଧୁଆ, କଦଳିବାରୀ ଓ ରାଇମଡା ଆଦି ଗ୍ରାମର ସ୍ୱଂୟ ସହାୟିକା ଗୋଷ୍ଠୀ ମହିଳାମାନେ ଏହି ଠକେଇର ଶିକାର ହୋଇଛନ୍ତି । ଜାଲ୍ ଦସ୍ତଖତ କରି ଏହି ଟଙ୍କା ହଡ଼ପ କରି ନେଇଥିବା ମହିଳାମାନେ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ