ଅରୂପ ପଟ୍ଟନାୟକ ହେଲେ ଗୁଜରାଟରେ ଓଡ଼ିଶା ସରକାରଙ୍କ ପ୍ରତିନିଧି

ଭୁବନେଶ୍ୱର: ଓଡ଼ିଶାରୁ ଲକ୍ଷାଧିକ ଗରିବ ଲୋକ ସୁରଟ ସମେତ ଗୁଜରାଟର ବିଭିନ୍ନ ସ୍ଥାନରେ ରହି କାମ କରୁଛନ୍ତି । ସେମାନଙ୍କର ସମସ୍ୟା ବୁଝି ସମାଧାନ କରିବା ପାଇଁ ମୁମ୍ବାଇ ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ଗୁଜରାଟରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଛି । ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସେ କାମ କରିବେ । ମହାରାଷ୍ଟ୍ରର ପୂର୍ବତନ ଏସିପି ରାକେଶ ଶର୍ମା ଏହି କାମରେ ଶ୍ରୀ ପଟ୍ଟନାୟକଙ୍କୁ ସହାୟତା କରିବେ ।
ଶ୍ରୀ ପଟ୍ଟନାୟକଙ୍କ ଏହି ନୂଆ ଦାୟିତ୍ୱ ସମ୍ପର୍କରେ ଗୁଜରାଟ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଲିଖିତ ଭାବେ ଅବଗତ କରାଇଛନ୍ତି । ଶ୍ରୀ ପଟ୍ଟନାୟକଙ୍କୁ ଆବଶ୍ୟକ ସହାୟତା ଓ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ଶ୍ରୀ ତ୍ରିପାଠୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ