ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନି ଆକ୍ରାନ୍ତ ୧,୨୫୧, ମୃତ ୩୨, ଆରୋଗ୍ୟ ୧୦୧

ନୂଆଦିଲ୍ଲୀ: କରୋନା ଭାଇରସର ସୀମିତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟକୁ ଆଧାର କରି କେତେକ ଗଣମାଧ୍ୟମ ଏ ସଂକ୍ରାନ୍ତ ଖବର ପ୍ରକାଶ କରିବା ପରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ଏବଂ ଭାରତରେ ଏବେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଭାରତ ଏବେ ବି କରୋନା ଭାଇରସ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ବା ସ୍ଥାନୀୟ ସଂକ୍ରମଣ ସ୍ତରରେ ରହିଛି ବୋଲି କୁହାଯାଇଛି । ଭାରତରେ କେତେକ ସ୍ଥାନରେ କରୋନା ଭାଇରସର ଥାର୍ଡ ଷ୍ଟେଜ ବା ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ଏହି ପର୍ଯ୍ୟାୟରେ ଜଣେ ସଂକ୍ରମିତ ବ୍ୟକ୍ତିର ସଂକ୍ରମଣ ଉତ୍ସ ଜଣାପଡ଼ି ନଥାଏ କିମ୍ବା ସଂକ୍ରମଣ ଶୃଙ୍ଖଳାକୁ ଠାବ କରିବା ସମ୍ଭବ ହୋଇନଥାଏ । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଶହରୁ ଅଧିକ ହୋଇଥିବା ୩୨ ଜଣଙ୍କ ମୃତ୍ୟୁ ଘଟିଲାଣି । ଦେଶର କେତେକ ରାଜ୍ୟରେ ଏବେ ଗୋଷ୍ଠୀ ସଂକ୍ରମଣ ଅଞ୍ଚଳକୁ ଚିହ୍ନଟ କରାଗଲାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ