ଲକ୍‌ଡାଉନ୍‌ ପାଟ୍ରୋଲିଂ କଡାକଡି କରିବା ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶ

ଛତ୍ରପୁର : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଛି । ଜରୁରୀ ନଥିଲେ କୌଣସି ଲୋକଙ୍କୁ ଘରୁ ପଦାକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ରହିଛି । ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ଗୁଡିକରେ ଅଧିକା ପୁଲିସ ପାଟ୍ରୋଲିଂ କରିବାକୁ ହେବ । ବାହାର ଦେଶ ତଥା ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରୁଥିବା ଲୋକଙ୍କୁ ପଞ୍ଚାୟତ ସଙ୍ଗରୋଧ କକ୍ଷ ଗୁଡିକରେ ରଖାଯାଇଛି । ସେମାନଙ୍କ ଗତିବିଧି ଉପରେ ତୀକ୍ଷଣ ଦୃଷ୍ଟି ରଖାଯିବ । ଏଥିସହ ଯେଉଁମାନେ ଲକ୍‌ଡାଉନ୍ ଉଲ୍ଲଂଘନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଜିତ ଏକ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଏସ୍‌ପି ବ୍ରିଜେଶ୍ କୁମାରପ ରାଏ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ପରିସ୍ଥିତିରେ ମଧ୍ୟ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍‌କୁ ସଫଳ କରିବା ଦିଗରେ ପୁଲିସ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ । ବିନା ଜରୁରୀ କାଳୀନ ପରିସ୍ଥିତିରେ କୌଣସି ଲୋକଙ୍କୁ ବାହାରକୁ ଆସିଲେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌ପି ସମସ୍ତ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆବଶ୍ୟକ ସାମଗ୍ରୀ ଗୁଡିକ କେଉଁଠାରେ କଳବଜାରୀ ହେଉଥିବା ତାହା ଉପରେ ମଧ୍ୟ ପୁଲିସ କର୍ମଚାରୀମାନେ କଡା ନଜର ରଖିବେ । ସକାଳ ୭ ରୁ ୧୨ ଟା ପର୍ଯ୍ୟନ୍ତ ପନିପରିବା, ତେଜରାତି, କ୍ଷୀର, ଫଳ ଆଦି ଦୋକାନ ଗୁଡିକରେ ଯେପରି ଭିଡ ନ ଜମିବ ସେଥିପ୍ରତି ଜନସାଧାରଣ ଏବଂ ଦୋକାନୀଙ୍କୁ ସଚେତନତା ଆବଶ୍ୟକ ପଡିଲେ ତାଗିଦ୍ କରିବା ପାଇଁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର, ଡିଏସ୍‌ପି ଅଜୟ କୁମାର ମିଶ୍ର, ଉତ୍କଳ କେଶରୀ ଦାଶ ଓ ସାମୁଲେସ୍ ପ୍ରଧାନ, ରିଜର୍ଭ ଇନ୍ସପେକ୍ଟର ଗଙ୍ଗାଧର ଧାଙ୍ଗର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ