ହାବଳେଶ୍ୱର ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲିଲା
ହାଟଡ଼ିହି : କରୋନା ମୁକାବିଲା ପାଇଁ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇ ଥିବାବେଳେ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ସନ୍ଦିଗ୍ଧ ମାନଙ୍କ ପାଇଁ ପ୍ର୍ରତି ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସକେନ୍ଦ୍ର ଖୋଲାଯାଇଛି । ହାବଳେଶ୍ୱର ପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳି ଠାରେ ଦୁଇଟି ୱାର୍ଡ ଖୋଲାଯାଇ ୨୦ଟି ବେଡ ପକାଯାଇଛି । ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ଘଣ୍ଟିଆ ବିଦ୍ୟୁତ, ପାନୀୟଜଳ ଓ ପରିମଳର ସମସ୍ତ ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ଗୁଡିକୁ ଚୁନ ମରାଯାଇ ନୁତନ ଭାବେ ରଙ୍ଗ କରାଯାଇ ୬୦ଜଣଙ୍କ ରହିବା ସୁବିଧା କରାଯାଇଛି । ବିଡିଓ ଜୟଦେବ ଦାସ ଏହି କେନ୍ଦ୍ର ପରିଦର୍ଶନ କରିବା ସହିତ ,ସରପଞ୍ଚ ଅନୁସୁୟା ବେହେରା, ପିଇଓ ଚିନ୍ତାମଣି ଦାଶ, ଜିଆରଏସ ଜ୍ୟୋତିସ୍ମିତା ସେନାପତି, ସମାଜସେବୀ ଅମୁଲ୍ୟ କୁମାର ହାତୀ, କମିଟି ସଭାପତି ପଦ୍ମନାଭ ମହାନ୍ତି, କର୍ମଚାରୀ ସନାତନ ଧଳ ପ୍ରମୁଖ ଉପସ୍ଥିତ ରହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅନୁଧ୍ୟାନ କରିଥିଲେ । ପଞ୍ଚାୟତର ଯେଉଁ କରୋନା ସନ୍ଦିଗ୍ଧମାନେ ଠାବ କରାଯିବେ ସେମାନଙ୍କୁ ଏଠାରେ ସଙ୍ଗରୋଧରେ ରଖାଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ବିଡିଓ ସୁଚନା ଦେଇଥିଲେ ।


