ଇଛାପୁର – ଅଙ୍ଗୁଳେଇ ରାସ୍ତାରୁ ୭୮ଲିଟର ବିଦେଶୀମଦ ଜବତ
କେନ୍ଦ୍ରାପଡା : ଇଛାପୁର – ଅଙ୍ଗୁଳେଇ ରାସ୍ତାରୁ ଗତ ସୋମବାର ବିଳମ୍ବିତ ରାତିରେ ମାର୍ଶାଘାଇ ଅବକାରୀ ବିଭାଗ ୨ଜଣ ବାଇକ ଆରୋହିଙ୍କ ନିକଟରୁ ୭୮ଲିଟର ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ରାତି ପ୍ରାୟ ୧୧ଟା ସମୟରେ ଅଙ୍ଗୁଳେଇ ବିଦେଶୀ ମଦ ଦୋକାନ ନିକଟରୁ ଏକ ବାଇକରେ ନେଇଯାଉଥିବା ୭୮ଲିଟର ବିଦେଶୀ ମଦ ଓ ବାଇକକୁ ମାର୍ଶାଘାଇ ଅବକାରୀ ସବଇନିସପେକ୍ଟର ସରୋଜ ବାଗ ଜବତ କରିବା ସହିତ ବାଇକ ଆରୋହି ଅଭିଯୁକ୍ତନିରଞ୍ଜନ ସାହୁ ଓ ମନୋଜ ବେହେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଅବକାରୀ ସବଇନିସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି ।


