ଡାକ ବିଭାଗ ପକ୍ଷରୁ ଗରିବ ଓ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଗୁରୁବାର ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡା ଗ୍ରାମରେ ଆସିକା ଡ଼ାକ ମଣ୍ଡଳ ତରଫରୁ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ସଫେଈ ପ୍ରସାଧନ ବଣ୍ଟନ କରାଯାଇଛି ଆସିକା ଡ଼ାକ ଅଧୀକ୍ଷକ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ଉପ ଡ଼ାକପାଳ ଶ୍ରୀ ରତିକାନ୍ତ ପଣ୍ଡାଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦଙ୍କର ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, ଡ଼ାକ ବିଭାଗର ବ୍ୟବସାୟିକ କାର୍ଯ୍ଯନିର୍ବାହୀ ପ୍ରତାପ ଚନ୍ଦ୍ର ସ୍ଵାଈଁ, ସଞ୍ଚୟ ବ୍ଯାଙ୍କ ସହାୟକ ସୀମାଞ୍ଚଳ ମହାରଣା ଉପସ୍ଥିତ ରହି ପ୍ରତି ବହୁ ଅସହାୟ ଓ ଗରିବ ପରିବାରକୁ ଚୁଡା, ଗୁଡ, ବିସ୍କୁଟ, ସାବୁନ ଆଦି ବଣ୍ଟନ କରିଥିଲେ ଏହି କାର୍ଯ୍ଯକ୍ରମରେ ସ୍ଥାନୀୟ ଯୁବକ ମିଥୁନ ନାହାକ, ବାଲାଜୀ ସ୍ଵାଈଁ , ହରିହର ସ୍ଵାଈଁ , ଜଗନ୍ନାଥ ନାହାକ, ପପୁ ସ୍ଵାଈଁ, ଗୋପାଳ ବାଡତ୍ଯା, ସଦାନନ୍ଦ ସ୍ଵାଈଁଙ୍କ ସମେତ ହିଞ୍ଜିଳିକାଟୁ ଉପଡ଼ାକଘରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଲକ ଡାଉନ ସମୟରେ ଡ଼ାକ ଵିଭାଗର ଏଭଳି ସେବାକୁ ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବି ମହଲରେ ଭୂରି ଭୂରି ପ୍ରଶଂସା କରାଯାଈଛି ଆସିକା ଡ଼ାକ ଅଧୀକ୍ଷକ ମଧ୍ୟ ଏହି ସେବା ମନୋବୃତ୍ତି ପାଈଁ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଈଛନ୍ତି