ଭଦ୍ରାଙ୍କୁ ମିଳିଲା ବିଦେଶ ଗସ୍ତ ଅନୁମତି

ନୂଆଦିଲ୍ଲୀ(ଏଜେନ୍ସି): ରବର୍ଟ ଭଦ୍ରାଙ୍କୁ ବିଦେଶ ଗସ୍ତ ପାଇଁ ଅନୁମତି ମିଳିଛି । ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ବିଦେଶ ଗସ୍ତ ପାଇଁ ୬ସପ୍ତାହ ସମୟ ଦେଇଛନ୍ତି । ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ରବର୍ଟ ଭଦ୍ରାଙ୍କୁ ୬ସପ୍ତାହ ପାଇଁ ଆମେରିକା ଓ ନେଦରଲ୍ୟାଣ୍ଡ ଗସ୍ତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ରବର୍ଟ ଭଦ୍ରା ତାଙ୍କର ଗସ୍ତ କାର୍ଯ୍ୟସୂଚୀ ବିଷୟରେ କୋର୍ଟରେ ଜଣାଇବେ । କିନ୍ତୁ ତାଙ୍କୁ ଲଣ୍ଡନ୍ ଗସ୍ତ କରିବାକୁ ଅନୁମତି ଦିଆଯାଇ ନାହିଁ । ଲଣ୍ଡନରେ ୧୯ ଲକ୍ଷ ପାଉଣ୍ଡ ମୂଲ୍ୟର ଏକ ସମ୍ପତ୍ତି କିଣା ମାମଲାରେ ସେ ଅଭିଯୁକ୍ତ ଅଛନ୍ତି ଓ ସେନେଇ ମାମଲା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ