ବିଶ୍ୱ ପରିବେଶ ଦିବସ ଅବସରରେ ମାନସ ସାହୁଙ୍କ ବାଲୁକା ଶିଳ୍ପ ପ୍ରଦର୍ଶନ
ପୁରୀ (ଯୁଗାବ୍ଦ ନ୍ୟୁଜ) ଆନ୍ତ୍ରଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ସମୁଦ୍ର କୂଳରେ ବିଶ୍ୱ ପରିବେଶ ଦିବସ ଅବସରରେ ବାଲୁକାରେ ଏକ ଶୀଳ୍ପ ଅଙ୍କନ କରିଛନ୍ତି । ସେ ନିଜର ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ପରିବେଶ ପ୍ରଦୁଷଣ ରୋକିବା ସହ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବାକୁ କହିଛନ୍ତି । ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଥିମ ରହିଛି “ବାୟୁ ପ୍ରଦୂଷଣ” । ତେବେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ନିଜର ବାଲୁକା କଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇବା ସହ ପୁରୀ ବେଳାଭୂମୀର ପରିସରକୁ ସ୍ୱଚ୍ଛ ରଖିବା ସହ ବାୟୁ ପ୍ରଦୂଷଣ ରୋକିବା ପାଇଁ ବୃକ୍ଷ ରୋପଣ କରିବାକୁୁ ପରାମର୍ଶ ଦେଇଛନ୍ତି । ୨୦ ଫୁଟର ଏହି ବାଲୁକା କଳାଟିର ନିର୍ମାଣ କରିବା ପାଇଁ ୮ଘଣ୍ଟା ସମୟ ଲାଗିବା ସହ ୨୦ଟନ ବାଲିର ବ୍ୟବହାର କରାଯାଇଛି । ଅତି ସୁକ୍ଷ୍ମ ଭାବରେ ନିର୍ମିତ ଏହି ବାଲୁକା କଳାଟି “ଲେଟସ ସେଭ ଦ ଏନଭାଇରମେଣ୍ଟ ଟୁଗେଦର” ନାମକ ବାର୍ତ୍ତା ପ୍ରଦାନ କରୁଛି ।