ମନୋଜ ଜେନା ହତ୍ୟା ଘଟଣାରେ ୫ ଗିରଫ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ୍) : ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାରେ ପୋଲିସ ପଞ୍ଝାରେ ୫ ଜଣ ଅଭିଯୁକ୍ôତ ଧରାପଡିଛନ୍ତି । ବ୍ରହ୍ମପୁର ସ୍ପେଶାଲ ପୋଲିସ ଟିମ୍ ୫ ଅଭିଯୁକ୍ତ ମାନଙ୍କୁ ବୁଧବାର ଗିରଫ କରିବାରେ ସଫଳ ହୋଇଛି । ପୂର୍ବରୁ ଆସିକା ଅଂଚଳର ଗଣେଷ ପାତ୍ର ଓ ହୃଷି ପାତ୍ରକୁ ଏନକାଉଣ୍ଟର କରି ଧରିବାରେ ସଫଳ ହୋଇଥିବା ବେଳେ ଗିରଫ ସଂଖ୍ୟା ୭ ରେ ଛୁଇଁଛି । ବୁଧବାର ଗିରଫ ହୋଇଥିବା ୫ୁ ଜଣ ଅଭିଯୁକ୍ତଙ୍କ ପରିଚୟ ଆସିକା ଅଂଚଳର ଆନନ୍ଦ ସ୍ୱାଇଁ , ଶଙ୍କର ରାଉତ.ଶିବରାମ ବେହେରା ,କର୍ତ୍ତୀକ ନାହାକ ଓ ସୁନିଲ କୁମାର ନାହାକ । ଅଭିଯୁକ୍ତ ମାନଙ୍କ ଠାରୁ ୨ ଟ ି ଦେଶୀ ବନ୍ଧୁକ ସହ ୩ ଗୋଟି ବାଇକ ଓ ୧୦ ଟି ମୋବାଇଲ ଜବତ ହୋଇଛି ।ି । ଭଗବାନ ସାହୁ ନାମକ ଜଣେ ଅଭିଯୁକ୍ତ ଫେରାର ଅଛି ତାକୁ ଧରିବା ପାଇଁ ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ବ୍ରହ୍ମପୁର ଏସପି ପିନାକି ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।


