ଆଜି ଠାରୁ +୨ ନାମଲେଖା ଆରମ୍ଭ

୨୦୧୯-୨୦ ଶିକ୍ଷାବର୍ଷ ପାଇଁ ନାମଲେଖା ଆଜି ଠାରୁ ଆରମ୍ଭ ହୋଇଛି । ଚଳିତ ବର୍ଷ ବିଦ୍ୟାର୍ଥୀ କେବଳ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଗୁରୁବାର ପୂର୍ବାହ୍ନ ୧୧ଟାରୁ www.samodisha.gov.in ୱେବ୍ସାଇଟ୍କୁ ଲଗ୍ଇନ୍ କରି ବିଦ୍ୟାର୍ଥୀ ଆବେଦନ କରିପାରିବେ। ଜୁନ୍ ୨୦ ସୁଦ୍ଧା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୨୧ ତାରିଖ ସୁଦ୍ଧା କ୍ୟାଫ୍ର(ହାର୍ଡ କପି) ପ୍ରିଣ୍ଟ କପି ସହ ଆବଶ୍ୟକ କାଗଜପତ୍ର ସାମ୍ସ ରିସୋର୍ସ ସେଣ୍ଟରରେ ଦାଖଲ କରିବାକୁ ସମୟସୀମା ଧାର‌୍ୟ୍ୟ କରାଯାଇଛି। ରାଜ୍ୟରେ ଥିବା ୧୬ଶହରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨ କନିଷ୍ଠ ମହାବିଦ୍ୟାଳୟ)ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ର ଓ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇସାରିଛି । ଜୁନ୍ ୨୬ରେ ପ୍ରଥମ ପର‌୍ୟ୍ୟାୟ ମେଧା ତାଲିକା(ମେରିଟ୍ ଲିଷ୍ଟ) ପ୍ରକାଶ ପାଇବ। ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁନ୍ ୨୮ରୁ ଜୁଲାଇ ୨ ମଧ୍ୟରେ ଧାର‌୍ୟ୍ୟ ତାରିଖରେ ନାମ ଲେଖାଇପାରିବେ। ଜୁଲାଇ ୮ରେ ଦ୍ବିତୀୟ ପର‌୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୯ରୁ ୧୧ ମଧ୍ୟରେ ନାମଲେଖା ହେବ। ପ୍ରଥମ ଓ ଦ୍ବିତୀୟ ପର‌୍ୟ୍ୟାୟରେ ନାମଲେଖା ତାଲିକା ନି ୟମିତ ଭାବେ ୱେବ୍ସାଇଟ୍ରେ ପ୍ରକାଶ ପାଇବ। ଜୁଲାଇ ୧୬ରେ ଖାଲିଥିବା ସିଟ୍ ତାଲିକା ୱେବ୍ସାଇଟ୍ରେ ପ୍ରକାଶ ପାଇବ। ପରେ ୨୮ ତାରିଖ ପର‌୍ୟ୍ୟନ୍ତ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିବେ। ଯୋଗ୍ୟ ବିଦ୍ୟାର୍ଥୀ ୨୦ରୁ ୨୨ ମଧ୍ୟରେ ସ୍ପଟ୍ରେ ନାମ ଲେଖାଇପାରିବେ। ଜୁଲାଇ ୨୪ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ