ଇଟାଲୀରେ ଅନେକ ଘରେ ଶବ, ଦେଶରେ ଛନକା

ରୋମ: ସମ୍ପ୍ରତି କୋଭିଡ-୧୯ ବିଶ୍ୱମହାମାରୀ କବଳରେ ସର୍ବାଧିକ ଛାରଖାର ହୋଇଥିବା ଇଟାଲୀରେ ପ୍ରତିଦିନ ଶହ ଶହ ମୃତ୍ୟୁ ସରକାରୀ ହିସାବରେ ସାମିଲ ହେଉଛି । କିନ୍ତୁ ସେଗୁଡ଼ିକ ଆନୁଷ୍ଠାନିକ ମୃତ୍ୟୁ ବା ବିଭିନ୍ନ ଚିକିତ୍ସାଳୟ ଜଡ଼ିତ ମୃତ୍ୟୁ କାରଣ ଚିକିତ୍ସାଳୟକୁ ବୁହାହେବା ପୂର୍ବରୁ ଅନେକ ଘରେ ମଣିଷ ଶବ ପାଲଟିଥିବା ଦେଖାଯାଉଛି । ଗୋଟିଏ ଗୋଟିଏ ପରିବାରର ଏକାଧିକ ସଂକ୍ରମିତ ବ୍ୟକ୍ତି ମଧ୍ୟ ମୃତ୍ୟୁ ମୁଖରେ ପଡ଼ୁଥିବା ଦେଖାଯାଉଛି । ଏବେ ସୁଦ୍ଧା ଯେଉଁ ୧୫୮୮୬ ର ମୃତ୍ୟୁ ସଂଖ୍ୟା ଦର୍ଶାଯାଉଛି ବାସ୍ତବ ସଂଖ୍ୟା ତାହାଠାରୁ ଯଥେଷ୍ଟ ଅଧିକ ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି । ଇଟାଲୀରେ ବର୍ଗାମୋ ପ୍ରବେଶରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୦୬୦ ଦର୍ଶାଯାଉଥିଲେ ସୁଦ୍ଧା ପ୍ରକୃତ ମୃତ୍ୟୁସଂଖ୍ୟା ତାହାଠାରୁ ଅନେକ ବେଶି । କାରଣ ବିଭିନ୍ନ ପରିବାର ଡାକ୍ତରମାନେ ସମ୍ପୃକ୍ତ ଘରକୁ ନ ଯାଇ ଦୂରରୁ ଫୋନ ଯୋଗେ ବିଭିନ୍ନ ଉପଦେଶ ଦେଉଛନ୍ତି । ରୋଗୀମାନଙ୍କୁ ଡାକ୍ତର ଜମାରୁ ଦେଖୁନାହାନ୍ତି । ଏହି ସ୍ଥିତି ଏବେ ସମଗ୍ର ଦେଶରେ ଉପୁଜୁଛି । ତେଣୁ ଏ ମହାମାରୀରେ ପୋକମାଛି ଭଳି ମରିବାର ସ୍ଥିତି ଇଟାଲୀକୁ ଥରହର କରିଦେଲାଣି । ଏପରିକି ଟେଲିମେଡିସିନ ନାମରେ ଟେଲିଫୋନରେ ମେଡିସିନ ବତେଇଦେବାର ଧାରା ଏବେ ସାରା ବିଶ୍ୱକୁ ବ୍ୟାପିବାକୁ ଲାଗିଲାଣି । ସ୍ପର୍ଶ ସଂକ୍ରମଣ କୈନ୍ଦ୍ରିକ ଏହି ରୋଗରେ ବିଭିନ୍ନ ଦେଶରେ ସୁସ୍ଥ ଡାକ୍ତରମାନେ ମଧ୍ୟ ସଂକ୍ରମିତ ହୋଇ ଦିନ କେଇଟା ଭିତରେ ମୃତ୍ୟୁ ମୁଖରେ ପଡ଼ୁଥିବାରୁ ଚିକିତ୍ସକ କୁଳକୁ ଯେଉଁ ଭୟ ଘାରିଛି, ତାହା ଏବେ ଇଟାଲୀର ସାଧାରଣ ରୋଗୀଙ୍କୁ ଯେପରି କାଳ ହୋଇଛି । ତାହା ଯେପରି ବିଶ୍ୱର ଅନ୍ୟପ୍ରାନ୍ତକୁ ନ ହେଉ, ସେଥିପାଇଁ ଏହି ମହାମାରୀ ପରିଚାଳନା କରୁଥିବା ବିଶେଷଜ୍ଞମାନେ ଚିନ୍ତିତ ହୋଇପଡ଼ିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ