ଆର.ବି.ଏସ୍.କେ ଡାକ୍ତରଙ୍କ ଦ୍ୱାରା କୋରନା ସଚେତନତା କାର୍ଯ୍ୟକ୍ରମ
କୋଦଳା: କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆର୍.ବି.ଏସ୍.କେ ଟିମ୍ ତରଫରୁ କୋରନା ଭାଇରସ କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡାକ୍ତର ଜୟଦେବ ନାୟକ ନିଜର ବ୍ୟକ୍ତିଗତ ମୋଟର ସାଇକେଲରେ ବିଭିନ୍ନ ଗାଁ ବୁଲି ଲୋକଙ୍କୁ ସଚେତନ କରାଇଥିଲେ। ଏଥିସହ ସେ କୋଦଳା ଅନ୍ତର୍ଗତ ଫାସୀ, ବେତରାପଲ୍ଲୀ ,ଲାଠୁଳି, ମେଦିନିପୁର ଆଦି ଗାଁ ପରିଭ୍ରମଣ କରିଥିଲେ। ରାଜ୍ୟ ବାହାରୁ ୮୧ ଜଣ ବିଦେଶରୁ ଆସିଥିବା ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବା ସହ ସାମାଜିକ ଦୂରତ୍ୱ,ସାବୁନ୍ ରେ ହାତ ଧୋଇବା,ମାସ୍କ ପରିଧାନ କରିବା, ମୁହଁ, ହାତ,ନାକ,ଆଖି କୁ ବାରମ୍ବାର ନ ଛୁଇଁବା ପାଇଁ ଅନୁରୋଧ କରିଥିଲେ। ଏଥିସହ କୌଣସି ବ୍ୟକ୍ତିଙ୍କ ଠାରେ କୋରନା ଭାଇରସ ର ଲକ୍ଷଣ ଦେଖାଗଲେ ସରକାରଙ୍କ ହେଲପଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ଉପଦେଶ ଦେଇଥିଲେ।