୫ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେଇ ପୁଣି ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ
ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଜଗନମୋହନ ରେଡ୍ଡୀ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଉନ୍ନତ୍ତିମୁଳକ କାର୍ଯ୍ୟ କରି ସବୁବେଳେ ଚର୍ଚ୍ଚାରେ ଅଛନ୍ତି । ଆଶା,କୃଷକ ,ଜନତାଙ୍କ ପାଇଁ ବିଭିନ୍ନ ନିଷ୍ପତି ଗ୍ରହଣ କରିବା ପରେ ରେଡୀଙ୍କ ମନ୍ତ୍ରୀମଣ୍ଡଳରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ଅଳ୍ପସଂଖ୍ୟକ, ଏବଂ କାପୁ ସମୁଦାୟରୁ ଜଣେ ଜଣେ ଉପ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ହେବେ । ସେ ଆଜି ଦଳର ବିଧାୟକଙ୍କ ଏକ ବୈଠକ ପରେ ଏହି ଘୋଷଣା କରିଛନ୍ତି । ସୁଚନାନୁସାରେ ଶନିବାର ରେଡ୍ଡୀ ସରକାରଙ୍କ ପୂର୍ଣ୍ଣ କ୍ୟାବିନେଟ ଗଠନ ହେବା ସେହିଦିନ ୫ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ନୁଯିକ୍ତି ଦଆଯିବା ସେମାନେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ଜାତି, ସଂଖ୍ୟାଲଘୁ ଓ କାପୁ ସମୁଦାୟର ପ୍ରତିନିଧିତ୍ୱ କରିବ। ଦେଶରେ ଏହା ପ୍ରଥମ ଥର ହେବ ଯେ, କୌଣସି ରାଜ୍ୟ ସରକାରଙ୍କ କ୍ୟାବିନେଟରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ରହିବୋ


