ବର୍ଜ୍ୟବସ୍ତୁ ପରିଚାଳନା ଶିବିର

ବାଲୁଗାଁ (ଜୁଗାବ୍ଦ ନ୍ୟୁଜ୍‍): ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । କାରଣ ସ୍ୱଚ୍ଛ ପରିବେଶ ହିଁ ମାନବ ସମାଜ ଉପରେ ସୁ-ପ୍ରଭାବ ପକାଇଥାଏ । ପରିବେଶକୁ ପ୍ରଦୂଷଣମୁକ୍ତ କରିବାସହ ଅଳିଆ ଆବର୍ଜନା ତଥା ବର୍ଜ୍ୟବସ୍ତୁ କିପରି ଭାବେ ସଂଗ୍ରହ କରି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇପାରିବଏବଂ ସେଗୁଡ଼ିକୁ ପୁନଃ ପ୍ରକ୍ରିୟାକରଣ କରି ଆବଶ୍ୟକୀୟ ସାମଗ୍ରୀ ଉତ୍ପାଦନ କରାଯାଇପାରିବ ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ ଶନିବାର ବାଲୁଗାଁ ଏନ୍ଏସିର ଅଡିଟୋରିୟମହଲ୍ରେ ବର୍ଜ୍ୟବସ୍ତୁ ପରିଚାଳନା ଶିବିର ଅନୁଷ୍ଠିତ ହୋଇଛି । ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର ନାଥ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ସାନିଟେସନ୍ ଏକ୍ସପର୍ଟ ଦେବବ୍ରତ ବେହେରା ଏବଂ ମୁଖ୍ୟବକ୍ତା ଭାବେ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇଥିଲେ । ଶିବିରରେ ପରିବେଶକୁ କିପରି ପ୍ରଦୂଷଣମୁକ୍ତ କରିବାସହ ପଲିଥିନ୍ଏବଂ ପ୍ଲାଷ୍ଟିକ୍ ସାମଗ୍ରୀକୁ କମ୍ ବ୍ୟବହାର କରିବା ଏବଂ କଠିନ ବର୍ଜ୍ୟବସ୍ତୁକୁ କିପରି ପରିଚାଳନା କରିପାରିବା ସେ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତଏନ୍ଏସି କର୍ମଚାରୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ସମେତ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ଅଞ୍ଚଳର ବିଭିନ୍ନ ସ୍ଥାନରୁ ସଂଗୃହୀତ ବର୍ଜ୍ୟବସ୍ତୁ ଫୋପଡ଼ା ଫିଙ୍ଗା ନକରି ଏକ ନିର୍ଦ୍ଦିଷ୍ଟ ଜାଗାରେ ରଖିବାକୁ ସମସ୍ତେ ଏକମତ ହୋଇଥିଲେ । ଯାହାଦ୍ୱାରା ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇପାରିବ ଏବଂ ବିଭିନ୍ନ ପ୍ରକାର ସଂକ୍ରମଣ ଦାଉରୁ ରକ୍ଷା ପାଇପାରିବା । ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଖୁଣ୍ଟିଆ କୃତଜ୍ଞତା ଜ୍ଞାପନ କରିବାସହ କୃଷ୍ଣମୋହନ ବଳବନ୍ତରାୟ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ