କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲର ପ୍ରେସ ବିବୃତି

ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ସଦା ସର୍ବଦା ନିଜର ପ୍ରମୁଖ ଖଣ୍ଡପୀଠ ଏବଂ ସାରା ଦେଶରେ ଥିବା ନିଜର ଖଣ୍ଡପୀଠଗୁଡିକ ମାଧ୍ୟମରେ ମାମଲା ଦାୟର କରି ତାହାର ସମାଧାନ ଚାହୁଁଥିବା ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ତେବେ ବାସ୍ତବ ତଥ୍ୟ ଅନୁସାରେ ଫେବୃଆରୀ ୨୦୨୦ରେ ଅଦ୍ଭୁତପୂର୍ବ ଭାବେ ମାମଲାଗୁଡିକର ସାମଧାନ କରାଯାଇଛି । କରୋନା ଭୂତାଣୁ ସଂକ୍ରମଣର ପ୍ରଭାବ ଯୋଗୁଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦିନେ ଛଡା ଦିନେ ବ୍ୟବଧାନରେ ଶୁଣାଣି ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି । ତେବେ ମାର୍ଚ୍ଚ ୨୨ ଠାରୁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଦୃଷ୍ଟିରେ ରଖି ଶୁଣାଣି ବା ଖଣ୍ଡପୀଠ ବସିବା ଅସମ୍ଭବ ହୋଇଯାଇଛି । ଲକଡାଉନ୍ ଜାରି ହେବା ପରେ ଖଣ୍ଡପୀଠ କାର୍ଯ୍ୟ କରିବା ଅସମ୍ଭବ ହୋଇ ପଡିଛି କାରଣ ଟ୍ରିବ୍ୟୁନାଲର ନା କେବଳ ଆଇନଜୀବୀ ବରଂ କର୍ମଚାରୀମାନେ ମଧ୍ୟ କାର୍ଯ୍ୟକ୍ଷେତ୍ରକୁ ଆସିବା ସ୍ଥିତିରେ ନାହାନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣୀ ଆୟୋଜିତ କରିବାର ବିକଳ୍ପ ପ୍ରଥମରୁ ଉପଲବ୍ଧ ନ ଥିଲା କାରଣ ଆବଶ୍ୟକ ଉପକରଣର ଭିତ୍ତିଭୂମି ନଥିଲା, ଦ୍ୱିତୀୟରେ ଲକଡାଉନ୍ ସମୟରେ ଏହିସବୁ ଉପକରଣ କିଣିବା ସମ୍ଭବ ନ ଥିଲା । ବାସ୍ତବରେ ପ୍ରମୁଖ ଖଣ୍ଡପୀଠରେ ୨ରୁ ୧୨ ଅପ୍ରେଲ ପର୍ଯ୍ୟନ୍ତ ଏକ ଲଘୁ ଅବକାଶ ହେବାର ଥିଲା । ୧୫.୦୪.୨୦୨୦ ପରେ ସରକାରଙ୍କର ପଦକ୍ଷେପ ଅବା ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଯଦି ଅଦାଲତ ପରିଚାଳନା କରିବାର ସାମାନ୍ୟ ତମ ସମ୍ଭାବନା ସୃଷ୍ଟି ହେବ ତ, ଏହାର ଲାଭ ଉଠାଇବାକୁ ପ୍ରୟାସ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ